Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କରୋନା ମୁକାବିଲା : ଆଜିଠୁ ଭାରତରେ କୋଭାକ୍ସିନ୍‌ର ହ୍ୟୁମାନ୍ ଟ୍ରାଏଲ୍ ଆରମ୍ଭ, ତିନୋଟି ପର୍ଯ୍ୟାୟରେ ହେବ ପରୀକ୍ଷଣ

7/07/2020 at 11:10 AM

ହାଇଦ୍ରାବାଦ, ୦୭।୦୭: ଭାରତରେ ମଙ୍ଗଳବାରଠୁ ଆରମ୍ଭ ହେବ କରୋନା ଭାକସିନର ହ୍ୟୁମାନ୍ ଟ୍ରାଏଲ୍ ।ଦେଶର ପ୍ରଥମ ସ୍ବଦେଶୀ କୋଭିଡ୍-୧୯ ଟୀକାକୁ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆନ୍ ମେଡିସିନ୍ (DCGI) ଦ୍ବାରା ହ୍ୟୁମାନ ଟ୍ରାଏଲ ପାଇଁ ଅନୁମତି ମିଳିଛି । ‘କୋଭାକ୍ସିନ୍’ ନାମକ ଟୀକା ବିକାଶ ଭାରତ ବାୟୋଟେକ୍ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନଆଇଭି) ସହିତ ମିଳିତ ଭାବରେ ବିକଶିତ କରିଛନ୍ତି ।

ଦେଶରେ ମଙ୍ଗଳବାରଠାରୁ ଏହି ଟୀକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ। କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଟୀକାର ବିକାଶରେ ଆଇସିଏମଆର ଏବଂ ଏନଆଇଭିର ସହଯୋଗ ଗୁରୁତ୍ବପୂର୍ଣ୍ଣ ।ଭାକସିନ୍ ଟ୍ରାଏଲ୍ ପାଇଁ ୧୨ଟି ସଂସ୍ଥାକୁ ଚୟନ କରାଯାଇଛି । ପାଟନା ଏମ୍ସ ଏହି ସଂସ୍ଥାରେ ରହିଛି ।

ସଫଳତା ମିଳିବା ପରେ ଏହା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଟନା ଏମ୍ସ ଡାକ୍ତର, ଭାକସିନ୍ ପ୍ରସ୍ତୁତକାରୀ କମ୍ପାନୀ ଓ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ବୈଜ୍ଞାନିକଙ୍କ ନେତୃତ୍ୱରେ କରାଯିବ । ତିନୋଟି ପ୍ୟାକେଜରେ ହ୍ୟୁମାନ୍ ଟ୍ରାଏଲ୍ ହେବ । ମୋଟ ୩୭୫ଜଣଙ୍କ ଉପରେ ଟେଷ୍ଟ କରାଯିବ । ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର ୧୨୫ଜଣଙ୍କଠାରେ ପରୀକ୍ଷଣ କରାଯିବ । ସେମାନଙ୍କୁ ପ୍ରଥମ ଡୋଜ୍ ଦେବାର ୧୪ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ । ଏହାପରେ ସମସ୍ତଙ୍କର ଯାଞ୍ଚ ହେବ ।ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ଅଗଷ୍ଟ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ସହିତ ଲଢିବା ପାଇଁ କୌଣସି ଟୀକା ଉଦ୍ଭାବନ କରାଯାଇ ନାହିଁ । ଏଥି ସହିତ କରୋନାର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ।

   Related Posts