ସ୍ୱୀକାର କଲା ଆମେରିକା, କରୋନାର ଆଲଫା-ଡେଲଟା ଭାରିଆଣ୍ଟକୁ ମାତ୍ ଦେଉଛି କୋଭାକ୍ସିନ

Published By : Prameya-News7 Bureau | June 30, 2021 IST

ଓ୍ୱାସିଂଟନ ୩୦/୬ : କରୋନାର ଆଲଫା, ଡେଲଟା ଭାରିଆଣ୍ଟକୁ ମାତ୍ ଦେଉଛି ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ ସ୍ୱଦେଶୀ ଆଣ୍ଟି-କରୋନା ଟିକା କୋଭାକ୍ସିନ । କୋଭାକ୍ସିନର ଗୁଣବତ୍ତାକୁ ସ୍ୱିକାର କରିଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ଜାଣିବାକୁ ପାଇଛି ଯେ ଟିକାରୁ ଶରୀରରେ ତିଆରି ଆଣ୍ଟିବଡିଗୁଡିକ କରୋନାର ଆଲଫା ଏବଂ ଡେଲଟା ପ୍ରକାର ସହିତ ଲଢେଇ କରିବାରେ ପ୍ରଭାବଶାଳୀ ଅଟେ ।

ସୂଚନା ଥ।ଉକି, ଭାରତୀୟ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ସହିତ ଭାରତ ବାୟୋଟେକ୍ ଦ୍ୱାରା କୋଭାକ୍ସିନ୍ ପ୍ରସ୍ତୁତ କରାଯାଇଛି । NIH ରିପୋର୍ଟ କରିଛି ଯେ କୋଭାକ୍ସିନ୍ ଗ୍ରହଣ କରୁଥିବା ଲୋକଙ୍କଠାରୁ ରକ୍ତ ସେରମ୍ ଅଧ୍ୟୟନରୁ ଜଣାପଡିଛି ଯେ ଟିକା ବିକଶିତ ହୋଇଥାଏ ଆଣ୍ଟିବଡି । ପ୍ରଥମେ ବ୍ରିଟେନ ଏବଂ ଭାରତରେ କରୋନା ଭୂତାଣୁ B.1.1.1.7 (ଆଲଫା) ଏବଂ B.1.617 (ଡେଲ୍ଟା) ଉପରେ ଏହା ଅଧିକ ପ୍ରଭାବଶାଳୀ ହେଉଛି ।

ଆମେରିକାର ସଂକ୍ରମଣ ରୋଗ ବିଶେଷଜ୍ଞ ଡକ୍ଟର ଆନ୍ଥୋନୀ ଫାଉସି ମଧ୍ୟ କୋଭାକ୍ସିନକୁ ଅନେକ ଥର ପ୍ରଶଂସା କରିଛନ୍ତି । ଗତ କିଛି ମାସ ତଳେ ଫାଉସି କହିଥିଲେ ଯେ ଭାରତରେ ନିର୍ମିତ କୋଭାକ୍ସିନ୍ କରୋନାର ୬୧୭ ପ୍ରକାରକୁ ହରାଇବାରେ ସକ୍ଷମ ଅଟେ । କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.