ଗଞ୍ଜାମରେ ପହଞ୍ଚିଲା କୋଭାକ୍ସିନ ଟିକା, କାଲିଠୁ ଜିଲ୍ଲାରେ ହେବ ଟିକାକରଣ

Published By : Prameya-News7 Bureau | July 04, 2021 IST

ବ୍ରହ୍ମପୁର ୪/୭ : ଗଞାମ ଜିଲ୍ଲାରେ ପହଞ୍ଚିଲା କୋଭାକ୍ସିନ୍ ଟିକା । ଏକ ଲକ୍ଷ ଚାଳିଶି ହଜାର ଡୋଜ୍ ଟିକା ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ । ଆସନ୍ତା ୫ ଅର୍ଥାତ୍ କାଲିଠାରୁ ଜିଲ୍ଲାରେ କୋଭାକ୍ସିନ୍ ଟିକା କରଣ ଆରମ୍ଭ ହେବ । ଗଞ୍ଜାମ ଜିଲ୍ଲାରେ ଏଣିକି କୋଭାକ୍ସିନ୍ ଟିକା ପ୍ରଦାନ କରାଯିବ । ପୂର୍ବରୁ ଏହି ଟିକା କେବଳ ଭୁବନେଶ୍ଵରରେ ହିଁ ପ୍ରଦାନ କରାଯାଉଥିଲା ।

wp:gallery {"ids":[475230],"linkTo":"none"} /wp:gallery

ଏବେ ବ୍ରହ୍ମପୁରରେ ଏହି ଟିକା ପ୍ରଦାନ କରାଯିବ । ଗଞ୍ଜାମ ଜିଲ୍ଲାରେ ପାଖାପାଖି ୨୭ଲକ୍ଷ ଲୋକଙ୍କୁ ଟିକା ଦେବା ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୪୪ ହଜାର ଲୋକଙ୍କୁ ଟିକା ଦିଆଯାଇଥିବା ବିଭାଗୀୟ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ଠାରୁ ଏହି ଟିକା ପ୍ରଦାନ କରାଯିବା ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଏଥିପାଇଁ ଜିଲ୍ଲାରେ ୨୫୦ କେନ୍ଦ୍ର ପ୍ରସ୍ତୁତ ରହିଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.