ବିବାହିତ ସଂପର୍କୀୟ ଭାଇ ଫେସ୍ବୁକରେ ଅପଲୋଡ଼ କଲେ ଭଉଣୀର ଅଶ୍ଳୀଳ ଫଟୋ,ବିବାହ ଭାଙ୍ଗିବାକୁ କାହିଁକି କରୁଥିଲେ ମସୁଧା ….ଆସନ୍ତୁ ଜାଣିବା କଣଥିଲା ଘଟଣା
23/12/2018 at 9:17 PM

ଉଜ୍ଜୟନୀ ୨୩/୧୨- ଭାଇ-ଭଉଣୀର ସଂପର୍କ ସବୁବେଳେ ପବିତ୍ର । ଏହି ସଂପର୍କରେ କେହି ସହଜରେ ଲଗାଇପାରେ ନାହିଁ କଳଙ୍କ । ବେଳେବେଳେ ବି ଏହି ସଂପର୍କ ଲାଗିଯାଏ କଳଙ୍କ । ନିଜର ଟିକିଏ ଲାଳସା ପାଇଁ ତୁଟିଯାଏ ବିଶ୍ଵାସ । ସେହିଭଳି ଘଟଣାଟିଏ ଘଟିଛି ଉଜ୍ଜୟନୀରେ, ଯିଏ ଏକତରଫା ଭାବେ ନିଜ ଅତି ଘନିଷ୍ଠ ସଂପର୍କୀୟ ଭଉଣୀକୁ କରିଛି ବଦନାମ । ଚରିତ୍ରରେ ଲଗାଇଛି ମିଛ କଳଙ୍କର ମୋହରା ।

ଆସନ୍ତୁ ଜାଣିବା କଣ ଥିଲା ପୁରା ଘଟଣା ।
ଉଜ୍ଜୟନୀର ଧାର ଜିଲ୍ଲାରେ ଅମିତ ଚୌହାନ ନାମକ ଜଣେ ଯୁବକ(୨୬) ସଂପର୍କୀୟ ଭଉଣୀକୁ କରିଛି ବଦନାମ । ଅତି ଘନିଷ୍ଠ ସଂପର୍କଥିବା ଭଉଣୀକୁ ଏକତରଫା ଭାବେ କରୁଥିଲା ପ୍ରେମ । ନିଜେ ବିବାହିତ ହେଲେ ମଧ୍ୟ ନିଜ ଭିତରେ ଆଣିପାରୁ ନଥିଲା ନିୟନ୍ତ୍ରଣ । ସେ ବିଭିନ୍ନ ସମୟରେ ଅନେକଥର କରିଛି ପ୍ରେମଭିକ୍ଷା । ହେଲେ ସଂପର୍କୀୟ ଭଉଣୀ ଏବାବଦରେ ମନା କରିବା ପରେ ନେଇଛି ପ୍ରତିଶୋଧ ।
ଖବରରୁ ଜଣାଯାଇଛି, ଅମିତ ଅନେକ ସମୟରେ ପାଗଳଭଳି ପ୍ରେମ ନିବେଦନ କରି ବିଫଳ ହେବାପରେ ଘଟାଇଛି ଏଭଳି କାଣ୍ଡ । ଫେସବୁକରେ ଫେକ୍ ଆଇଡ଼ି କରି ଭଉଣୀକୁ ପଠାଇଛି ଫ୍ରେଣ୍ଡ ରିକ୍ଵେଷ୍ଟ । ସେ ଫେକ୍ ଆଇଡ଼ିରେ ଫ୍ରେଣ୍ଡଲିଷ୍ଟରେ ରହିବାପରେ ବିଭିନ୍ନ ସମୟରେ ମଧ୍ୟ ବିଭିନ୍ନ ମେସେଜ ପଠାଇ ନିକଟତର ହେବା ଚାହିଁଛି । ସେଥିରୁ ବି କିଛି ଫଳ ମିଳିନାହିଁ ।
ଶେଷରେ ସେ ସଂପର୍କୀୟ ଭଉଣୀର ଫଟୋକୁ ଏଡ଼ିଟ୍ କରି ଅଶ୍ଳୀଳ ଭିଡ଼ିଓ ଓ ଫଟୋ ତିଆରି କରି ଫେସବୁକରେ ଛାଡ଼ି ବଦନାମ କରିବାକୁ ଚେଷ୍ଟା କରିଛି । ଅମିତର ସଂପର୍କୀୟ ଭଉଣୀର ବାହାଘର ଠିକ ହୋଇଯିବାପରେ ହୋଇପଡ଼ିଛି ଅଧିକ ସିରିୟସ । ସେ ବାହାଘର ଭାଙ୍ଗିବା ଓ କଳେବଳେ କୌଶଳେ ସେହି ସଂପର୍କୀୟ ଭଉଣୀକୁ ବିବାହ କରିବାକୁ ଏଭଳି କାଣ୍ଡ କରିଥିବା କଥା ସାଇବର ସେଲ ଏସପି ଶଶୀକାନ୍ତ ଶୁକ୍ଲା ପ୍ରକାଶ କରିଛନ୍ତି ।
ଏହି ଘଟଣା ବାବଦରେ ଅମିତ ନାଁରେ ମାମଲା ରୁଜୁ ହେବା ପରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅମିତ ବିବାହିତ ଓ ନିଜର ଛୁଆପିଲା ଥିବାକଥା ପୋଲିସ ତଦନ୍ତରୁ ଜାଣିପାରିଛି ।