'ଲିଭ ଇନ୍' ରେ ରହୁଥିବା ଝିଅକୁ କୋର୍ଟରୁ ନିଜ ଜିମାରେ ନେଇ ଘରେ ରଖିଲେନି ଓକିଲ, ଜାଣନ୍ତୁ ହେଲା କ'ଣ

Published By : Prameya-News7 Bureau | November 09, 2019 IST

ଚଣ୍ଡିଗଡ: ଲିଭ ଇନ୍ ରେ ରହୁଥିବା ଏକ ଯୋଡି ପରିବାର ପକ୍ଷରୁ ବିପଦ ଆଶଙ୍କା କରି ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ଶରଣାପନ୍ନ ହୋଇଥିଲେ। ତେବେ କୋର୍ଟକୁ ସେମାନଙ୍କ ଅଭିଭାବକ ଆସିନଥିବାରୁ ଝିଅଟିକୁ ଅଦାଲତ ନାରୀ ନିକେତନ ପଠାଇବାକୁ ଚାହିଁଥିଲେ। ତେବେ ଏଥିରେ ଦୁଇ ଜଣ ଆପତ୍ତି କରିବାରୁ ସେମାନଙ୍କ ଓକିଲ ଝିଅଟିକୁ ନିଜ ଦାୟିତ୍ୱରେ ଘରେ ରଖିବେ ବୋଲି କହିଥିଲେ। ହେଲେ କୋର୍ଟଙ୍କୁ ଦେଇଥିବା ପ୍ରତିଶ୍ରୁତି ପରେ ପାଳନ ନ କରିବାରୁ ଏବେ ଓକିଲ ହରଡ ଘଣାରେ ପଡିଛନ୍ତି ।

{"id":181613}

କୋର୍ଟରୁ ନିଜ ଦାୟିତ୍ୱରେ ନେବା ପରେ ଓକିଲ ଝିଅଟିକୁ ଘରକୁ ନେଇନଥିଲେ। ଏ ନେଇ ଝିଅଟି ପରଦିନ କୋର୍ଟଙ୍କୁ ଜଣାଇବାରୁ ଏଥିରେ ବିଚାରପତି କ୍ଷୋଭ ପ୍ରକାଶ କରିବା ସହ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ମାମଲା ପଞ୍ଜାବ-ହରିୟାଣା ବାର କାଉନସିଲଙ୍କୁ ପଠାଇଦେଇଛନ୍ତି। ଏହା ନ୍ୟାୟାଳଙ୍କୁ ଠକେଇ କରିବା ଭଳି ଘଟଣା ହୋଇଥିବାର ବିଚାରପତି ସଞ୍ଜୟ କୁମାର କହିଛନ୍ତି। ତେବେ ଝିଅଟି କୋର୍ଟରେ ଅଭିଭାବକଙ୍କ ସହ ଯିବାକୁ ରାଜି ନ ହେବାରୁ ତାକୁ  କୋର୍ଟ ନାରି ନିକେତନ ପଠାଇ ଦେଇଛନ୍ତି।

{"id":181615,"width":578,"height":321}

ଝିଅଟି ଲିଭ ଇନରେ ଯେଉଁ ପୁଅ ସହ ରହୁଛି ସେ ଝିଅ ଠାରୁ ୮ ବର୍ଷ ବଡ। ସେମାନଙ୍କ ମଧ୍ୟରେ କୌଣସି ଅନ୍ୟ ସମ୍ପର୍କ ନାହିଁ। ତେବେ ସେମାନେ ଏକାଠୀ ରହିବାକୁ ଚାହୁଁଥିଲେ ହେଁ କୋର୍ଟ ଝିଅକୁ ନାରିନିକେତନ ପଠାଇ ଦେଇଛନ୍ତି। ସେ ଏବେ ସେକ୍ଟର-୨୬ ନାରି ନିକେତନରେ ରହୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.