Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଚିଦାମ୍ବରମଙ୍କୁ ପୁଣି ଝଟକା : ଆଜି ପଚରାଉଚରା ପାଇଁ ଇଡିକୁ ଅନୁମତି ଦେଲେ ଦିଲ୍ଲୀର ଏକ କୋର୍ଟ

16/10/2019 at 8:14 AM

ନୂଆଦିଲ୍ଲୀ ୧୬/୧୦: ଆଇଏନଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ପୂର୍ବତନ ଅର୍ଥ ମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଆଉ ଏକ ଝଟକା । ପି.ଚିଦାମ୍ବରମଙ୍କୁ ଆଜି   ଇଡି ଜେରା କରିବାକୁ ମିଳିଲା ଦିଲ୍ଲୀ କୋର୍ଟରୁ ଅନୁମତି  ।  ଆଜି  ସକାଳେ ଇଡିର ଏକ ଟିମ୍ ତିହାର ଜେଲକୁ ଯାଇ ଚିଦାମ୍ବରମଙ୍କୁ ଜେରା କରିବ ।

ଆବଶ୍ୟକ ମଣିଲେ ଗିରଫ ବି କରିପାରେ କରିବ । ଏହା ପରେ  ସନ୍ଧ୍ୟାରେ ହିଁ ତାଙ୍କୁ କୋର୍ଟରେ ହାଜର କରାଯିବ । କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରିବ ଇଡି । ଏହା ପୂର୍ବରୁ ଗତ ସୋମବାର ଇଡିର କଷ୍ଟଡି ମାମଲାରେ ଦିଲ୍ଲୀର ରାଉସ ଏଭିନ୍ୟୁ କୋର୍ଟରେ ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରଖାଯାଇଥିଲା । କୋର୍ଟରେ ଚିଦାମ୍ବରଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରିବାକୁ ଯୁକ୍ତି ରଖିଥିଲା ଇଡି ।

ମାତ୍ର ଏହାକୁ ବିରୋଧ କରିଥିଲେ ଚିଦାମ୍ବରମଙ୍କ ସକିଲ କପିଲ ସିବଲ। ସିବିଆଇର ରିମାଣ୍ଡ ପରେ ଇଡିର ରିମାଣ୍ଡ ଆବଶ୍ୟକ ନାହିଁ ବୋଲି ସେ କହିଥିଲେ । ଅନ୍ୟପଟେ ଚିଦାମ୍ବରମ ଏହା ପୂର୍ବରୁ ଜାମିନ ପାଇଁ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ।  ସିବିଆଇ ତାଙ୍କୁ ଅପମାନିତା କରିବା ପାଇଁ ଜେଲରେ ରଖିଥିବା ସେ ଅଭିଯୋଗ କରିଥିଲେ।

   Related Posts