ସାମ୍ବାଦିକ ହତ୍ୟାକାଣ୍ଡ ମାମଲାରେ ଗୁରୁମିତ ରାମରହିମକୁ ଆଜି ଦଣ୍ଡାଦେଶ ଶୁଣାଇବେ କୋର୍ଟ

Published By : Prameya-News7 Bureau | January 17, 2019 IST

ଚଣ୍ଡିଗଡ ୧୭|୧:  ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମରହିମକୁ ଆଜି ଦଣ୍ଡାଦେଶ ଶୁଣାଯିବା । ଭିଡିଓ କନଫରେନ୍ସିଂ ଜରିଆରେ ଦଣ୍ଡାଦେଶ ଶୁଣାଯିବ । ରାମରହିମଙ୍କ ସମେତ ଆନ୍ୟ ୩ଜଣ ଦୋଷୀଙ୍କୁ ମଧ୍ୟ ଦଣ୍ଡାଦେସ ଶୁମାଯିବ । ଗତ ୧୧ତାରିଖରେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ପଞ୍ଚକୁଲା ସ୍ବତନ୍ତ୍ର ସିବିଆଇ କୋର୍ଟ ରାମରହିମଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ରାମରହିମଙ୍କ ସହ ଅନ୍ୟ ୪ଜଣଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଆଜି ଦଣ୍ଡାଦେଶ ଶୁଣାଇବେ କୋର୍ଟ ।

ହିଂସାକାଣ୍ଡକୁ ଦୃଷ୍ଟିରେ ରଖି କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । କୋର୍ଟ ଆଖପାଖ ଅଞ୍ଚଳରେ ମଧ୍ୟ ପୋଲିସ ମୁତୟନ ଅଛନ୍ତି । ମହିଳା ଭକ୍ତଙ୍କୁ ଦୁଷ୍କର୍ମ ମାମଲାରେ ରାମରହିମଙ୍କୁ ଯେଉଁ ବିଚାରପତି ଦଣ୍ଡାଦେଶ ଶୁଣାଇଥିବା ବିଚାରପତି ଜଗଦୀପ୍ ସିଂହ ମଧ୍ୟ ଏହି ମାମଲାରେ ଦଣ୍ଡାଦେଶ ଶୁଣାଇବେ ।

ଦୁଇ ମହିଳା ଭକ୍ତଙ୍କୁ ଦୁଷ୍କର୍ମ ମାମଲାରେ ସିରସା ଜିଲ୍ଲାର ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ଖବରକାଗଜରେ ଏକ ରିପୋର୍ଟ ଲେଖିଥିଲେ । ଫଳରେ ରାମରହିମ ରାମଚନ୍ଦ୍ରଙ୍କୁ ବାରମ୍ବାର ଧମକ ଦେଉଥିଲେ । ପରେ ୨୪ ଅକ୍ଟୋବର ୨୦୦୨ରେ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ରାମଚନ୍ଦ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ୨୧ ନଭେମ୍ବର ୨୦୦୨ରେ ମୃତ୍ୟୁ ହୋଇଥିଲା । ରାମଚନ୍ଦ୍ରଙ୍କ ମୃତ୍ୟୁ ଅଭିଯୋଗ ରାମରହିମଙ୍କ ନାଁରେ ରହିଥିଲା ।

ଏହି ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ରାମରହିମଙ୍କ ବ୍ୟତୀତ କୃଷ୍ଣ ଲାଲ୍, କୁଲଦୀପ ଏବଂ ନିର୍ମଳ ସିଂହଙ୍କ ଉପରେ ହତ୍ୟା ମାମଲା ରହିଛି । ରାମରହିମ ଦୁଇ ଜଣ ମହିଳା ଭକ୍ତଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବର୍ତ୍ତମାନ ସୁନରିଆ ଜେଲରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.