ଫେବ୍ରୁଆରୀ ୧ ତାରିଖରେ ହେବ ନାହିଁ ଫାଶୀ

Published By : Prameya-News7 Bureau | January 31, 2020 IST

ନୂଆଦିଲ୍ଲୀ ୩୧।୦୧ - ଫେବ୍ରୁଆରୀ ୧ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ହେବ ନାହିଁ । ପଟିଆଲା ହାଉସକୋର୍ଟ ଫାଶୀ ଉପରେ ରୋକ ଲଗାଇଛନ୍ତି ।ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ଏହି ରୋକ୍‌ ଲଗାଯାଇଛି ।
ବିନୟ ଫାଶୀ ତାରିଖକୁ ଘୁଞ୍ଚାଇବା ପାଇଁ ପୁଣି ଅଦାଲତର ଆଶ୍ରୟ ନେଇଥିଲା । ପଟିଆଲା ହାଉସ୍‌କୋର୍ଟରେ ତା ପାଇଁ ରାଜକ୍ଷମା ଆବେଦନ ପାଇଁ ବିକଳ୍ପ ରହିଥିବାରୁ ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଆବେଦନ କରିଥିଲା । ଏହି ମାମଲାର ଶୁଣାଣୀ କରି ପଟିଆଲା ହାଉସ କୋର୍ଟ ଫାଶୀ ଉପରେ ରୋକ ଲଗାଇଛନ୍ତି ।

ଦୋଷୀମାନେ ଫାଶୀର ତାରିଖ ଘୁଞ୍ଚାଇବା ପାଇଁ ପୁଣି ନୂଆ ଗଳାବାଟ ପାଇଁ ଚେଷ୍ଟା ଚଳାଇଛନ୍ତି । ଦୋଷୀ ପବନ ପକ୍ଷରୁ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ରିଭ୍ୟୁ ପିଟିସନ୍‌ ଖାରଜ ହୋଇଯାଇଛି। ପୂର୍ବରୁ ପଟିଆଲା ହାଉସ୍‌କୋର୍ଟରେ ଏହା ଖାରଜ ହୋଇଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ପବନ ପକ୍ଷରୁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍‌ ଦାୟର କରାଯାଇଥିଲା ।
ନିୟମ ଅନୁସାରେ ସମସ୍ତ ଦୋଷୀଙ୍କୁ ଗୋଟିଏ ଦିନରେ ଫାଶୀ ଦିଆଯିବ ବୋଲି ଦୋଷୀମାନଙ୍କର ବୃନ୍ଦା ଗୋରଭର କହିଛନ୍ତି । ଗୋଟିଏ ମାମଲାରେ ଅଲଗା ଅଲଗା ଫାଶୀ ଦିଆଯିବା ନିୟମକୁ ପରିବର୍ତ୍ତନ କରାଯାଇଛି ବୋଲି ସେ କହିଛନ୍ତି ।

୧୯୮୧ ମସିହାରେ ଏକ ମାମଲାର ସେ ଉଦାହରଣ ଦେଇଛନ୍ତି । ୩ ଜଣ ଦୋଷୀଙ୍କ ମଧ୍ୟରୁ ୨ ଜଣ ରାଜକ୍ଷମା ପାଇଁ ଆବେଦନ କରିଥିଲେ , ସେମାନଙ୍କୁ ରାଜକ୍ଷମା କରାଯାଇଥିଲା ମାତ୍ର ସେ ଅନ୍ୟଜଣଙ୍କୁ ଫାଶୀ ହୋଇଥିଲା ବୋଲି ସେ କହିଛନ୍ତି । ଏହି ମାମଲା ପରେ ସୁପ୍ରିମକୋର୍ଟ ଗୋଟିଏ ମାମଲାର ସମସ୍ତ ଦୋଷୀଙ୍କୁ ଗୋଟିଏ ଦିନରେ ଫାଶୀ ଦେବା ପାାଇଁ ନିୟମ କରିଥିବା କଥା ସେ ସୂତନା ଦେଇଛନ୍ତି । ଏଥିପାଇଁ ଫେବ୍ରୁଆରୀ ୧ ତାରିଖ ଦିନ ଫାଶୀ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.