Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଭୋଟରଙ୍କୁ ଟଙ୍କା ବାଣ୍ଟିବା ଅଭିଯୋଗରେ ପ୍ରଥମ ଥର ଆକ୍ସନ୍‌, ସାଂସଦଙ୍କୁ ୬ ମାସ ଜେଲ୍‌ ଦଣ୍ଡ

26/07/2021 at 5:17 PM

ହାଇଦ୍ରାବାଦ ୨୬/୭: ନିର୍ବାଚନ ସମୟରେ ନେତା ଟଙ୍କା ଦେଇ ଭୋଟ କିଣୁଥିବା ଅନେକ ଥର ଅଭିଯୋଗ ହୋଇଛି। କିନ୍ତୁ ଦେଶରେ ପ୍ରଥମ ଥର ଏହି ଅଭିଯୋଗକୁ ଆଧାର କରି ଜଣେ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଭୋଟରଙ୍କୁ ଲାଞ୍ଚ ଦେଇଥିବା ନେଇ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ୍‌)ର ସାଂସଦ କବିତା ମଲୋଥଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ନାମପଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ।

କବିତା ତେଲେଙ୍ଗାନାର ମେହବୁବାବାଦରୁ ସାଂସଦ ଅଛନ୍ତି । ତାଙ୍କର ଜଣେ ସହଯୋଗୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ମଧ୍ୟ ଶୁଣାଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ କବିତା ମଲୋଥ ଭୋଟରଙ୍କୁ ଲାଞ୍ଚ ଦେଇଥିବା ନେଇ ସ୍ପଷ୍ଟ ହୋଇଗଲା ପରେ କୋର୍ଟ ତାଙ୍କୁ ୬ ମାସ୍‌ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏନେଇ ଖୁବଶୀଘ୍ର କବିତା ହାଇକୋର୍ଟ ଯିବେ ବୋଲି ଜଣାପଡ଼ିଛି।

ତେବେ ଏହି ମମାଲା ୨୦୧୯ ସାଧାରଣ ନିର୍ବାଚନରେ ସାମ୍ନାକୁ ଆସିଥିଲା। ସାଂସଦଙ୍କ ସହଯୋଗୀ ଶୌକତ ଅଲୀ ଭୋଟରଙ୍କୁ ୫୦୦ ଟଙ୍କା ଲେଖାଁଏ ଲାଞ୍ଚ ଦେଉଥିବା ବେଳେ ରାଜସ୍ବ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ।  ଭୋଟରଙ୍କୁ ଲାଞ୍ଚ ମାମଲାରେ ପ୍ରଥମ ଅଭିଯୁକ୍ତ ଅଲୀ ଏବଂ ଦ୍ବିତୀୟ ଅଭିଯୁକ୍ତ ଭାବେ କବିତାଙ୍କୁ ନାମିତ କରାଯାଇଥିଲା। କୋର୍ଟରେ ଅଲୀ ଦୋଷ ସ୍ବୀକାର କରିଥିବା ବେଳେ କବିତାଙ୍କୁ କହିବା ଅନୁସାରେ ଟଙ୍କା ବାଣ୍ଟିଥିଲା ବୋଲି କହିଥିଲା । ଏହା ପରେ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡ ଶୁଣାଇଛନ୍ତି ।

   Related Posts