ନାବାଳିକା ଗଣଦୁଷ୍କର୍ମ ମାମଲା : ରାୟ ଶୁଣାଇଲେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍, ୨ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା
24/11/2020 at 8:05 AM

କେନ୍ଦୁଝର ୨୪।୧୧: କେନ୍ଦୁଝରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଓ ୧୦ ହଜାର ଟଙ୍କାର ଜରିମାନା। ତେବେ ଯଦି ଜରିମାନା ଦେଇ ନପାରିଲେ ଆଉ ଏକ ବର୍ଷ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ। ଏଥିସହ ପୀଡିତାଙ୍କୁ ୨ଲକ୍ଷ ଟଙ୍କାର ସହାୟତା ପ୍ରଦାନ ପାଇଁ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ସେହିପରି ପ୍ରମାଣ ଅଭାବରୁ ଅନ୍ୟ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ଆଜୀବନ କାରାଦଣ୍ଡ ପାଇ ଥିବା ୨ ଜଣ ହଲେ ଶ୍ରୀବାସ୍ତବ ଲୋହାର ଓ ଦୁମ୍ଭୀ ମୁଣ୍ଡା ।
ଖବର ଅନୁଯାୟୀ, ୨୦୧୯ ଜୁନ ୨୪ ରାତିରେ ଯୋଡ଼ା ଥାନା ଅଞ୍ଚଳର ଏକ ବସ୍ତିରୁ ଜଣେ ନାବାଳିକା ଘରୁ ଚାଲି ଆସିଥିଲା । ନାବାଳିକାଙ୍କୁ ଶ୍ରୀବାସ୍ତବ ଲୋହାର ଲକ୍ଷ୍ମୀ ପଡ଼ିଆକୁ ନେଇଯାଇଥିଲା । ସେଠାରେ ତାର ଅନ୍ୟ ସାଥୀମାନେ ମିଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଗୁରୁତର ଅବସ୍ଥାରେ ଫୋପାଡ଼ି ଚାଲିଯାଇଥିଲେ । ପରିବାର ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ଏହି ମାମଲାର ରାୟ ପ୍ରକାଶ ପାଇଛି । ମାମଲାରେ ୨ଜଣଙ୍କୁ ଆଜୀବନ କାରଦଣ୍ଡାଦେଶ ଓ ୧୦ ହଜାର ଟଙ୍କାର ଜରିମାନା ଦେଲେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ।