୪ ବର୍ଷର ନାବାଳିକାକୁ ଘରକୁ ଡାକି ଯୌନ ନିର୍ଯାତନା ଦେଇଥିଲେ ବୃଦ୍ଧ ଦମ୍ପତି, ବୟସ ୮୦ରୁ ଅଧିକ, କୋର୍ଟ ଶୁଣାଇଲେ ୧୦ ବର୍ଷ ଜେଲ୍‌

Published By : Prameya-News7 Bureau | March 12, 2021 IST

ମୁମ୍ବାଇ ୧୨/୦୩: ନାବାଳିକାଙ୍କୁ ଘରକୁ ଡାକି ଯୌନ ନିର୍ଯାତନା ଦେଇଥିବା ବୃଦ୍ଧି ଦମ୍ପତିଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ୨୦୧୩ରେ ଘଟିଥିବା ଏହି ଘଟଣା ପାଇଁ ବୃଦ୍ଧ ଦମ୍ପତିଙ୍କୁ ଦଣ୍ଡାଦେଶ ଶୁଣାଇବା ସହ ଏକ ଲକ୍ଷ ଟଙ୍କା ଜରିମାନା ଭରିବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ। ଘଟଣାଟି ମୁମ୍ବାଇ ଗିରଗାଉଁରେ ୮ ବର୍ଷ ତଳେ ଘଟିଥିଲା।

ଗୁରୁବାର ମୁମ୍ବାଇର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଜଜ୍‌ ରେଖା ପଣ୍ଢାରେ ଅଭିଯୁକ୍ତ ବୃଦ୍ଧ ଦମ୍ପତିଙ୍କୁ ସଜା ଶୁଣାଇବା ସହ ଲକ୍ଷେ ଟଙ୍କା ଜରିମାନା ଭରିବାକୁ ନିର୍ଦେଶ ଦେଇଛନ୍ତି। ପାଖାପାଖି ୮ ବର୍ଷ ପୂର୍ବେ ଦମ୍ପତି ପଡ଼ୋଶୀରେ ରହୁଥିବା ନାବାଳିକାଙ୍କୁ ଘରକୁ ଡାକି ଏହି ଅପରାଧ କରିଥିଲେ ବୋଲି କୋର୍ଟ ଜାଣିବାକୁ ପାଇଥିଲେ।

କୋର୍ଟ ପୀଡ଼ିତା ଏବଂ ତାଙ୍କ ମାଙ୍କ ଅଭିଯୋଗ ଶୁଣିଥିଲେ। ଏହା ସହ ପୀଡ଼ିତାଙ୍କ ଡାକ୍ତରୀ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଜାଣିବାକୁ ପାଇଥଲେ ବୃଦ୍ଧି ଦମ୍ପତି ହିଁ ଅଭିଯୁକ୍ତ। ଅଭିଯୁକ୍ତ ଦ୍ବୟ ପୀଡ଼ିତାଙ୍କ ଜେଜେ ବାପା-ମା ବୟସରେ ହୋଇଥିବା ବେଳେ ଯତ୍ନ ନେବାକୁ କହି ପୀଡ଼ିତାଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିବା ମଧ୍ୟ କୋର୍ଟରେ ସାବ୍ୟସ୍ତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.