Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ଖୋଲିବ ଆତଙ୍କୀ ଗୁମର, ୧୪ ଦିନିଆ ରିମାଣ୍ଡରେ ଗଲେ ଗିରଫ ୬ ଆତଙ୍କବାଦୀ

15/09/2021 at 11:55 AM

ନୂଆଦିଲ୍ଲୀ୧୫/୦୪ : ରିମାଣ୍ଡରେ ଗଲେ ଆତଙ୍କୀ ଷଡ଼ଯନ୍ତ୍ର ରଚିଥିବା ୬ ଆତଙ୍କବାଦୀ । ଏମାନଙ୍କୁ ଦିଲ୍ଲୀର ଏକ ଅଦାଲତ ୧୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ମୋହମ୍ମଦ ଶେଖ, ଓସାମା, ମୁଲଚନ୍ଦ ଏବଂ ମୋହମ୍ମଦ ଅବୁ ବକରଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଛି । କିନ୍ତୁ ଏହି ମାମଲାରେ ଆଉ ଦୁଇ ଜଣ ଆତଙ୍କବାଦୀ ଜିସାନ କମର ଏବଂ ଆମିର ଜାବେଦଙ୍କୁ ଆଜି କୋର୍ଟରେ ହାଜର କରାଯିବ ।

ସକାଳୁ ପ୍ରବଳ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆତଙ୍କବାଦୀଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଗିରଫ ହୋଇଥିବା ଚାରିଜଣ ଆତଙ୍କବାଦୀ ଜନ ମହମ୍ମଦ ଶେଖ, ଓସାମା, ମଲଚାନ୍ଦ ଏବଂ ମୋହଦ୍ ମୁଶେରଙ୍କୁ ବର୍ତ୍ତମାନ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲକୁ ହସ୍ତାନ୍ତର କରାଯାଇଛି । କୁହାଯାଉଛି ଯେ ଏମାନଙ୍କ ମଧ୍ୟରୁ ୨ ଜଣ ଆତଙ୍କବାଦୀ ପାକିସ୍ତାନରୁ ଟ୍ରେନିଂ ନେଇଛନ୍ତି ।

ଏହି ଅଭିଯୁକ୍ତମାନଙ୍କୁ ୟୁପି, ମହାରାଷ୍ଟ୍ର ଏବଂ ଦିଲ୍ଲୀରୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହୋଇଛି । ସୂଚନା ମୁତାବକ, ଗତକାଲି ଦିଲ୍ଲୀ ସ୍ପେଶାଲ ପୁଲିସ ସେଲ ଏହି ୬ ଜଣଙ୍କ ଆତଙ୍କାବଦୀ ଗିରଫ କରିଥିଲା । ଏହି ସବୁ ଆତଙ୍କବାଦୀ ଦିଲ୍ଲୀ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶକୁ ଦୋହଲାଇବାକୁ ଷଡଯନ୍ତ୍ର ରଚିଥିଲେ ।

ଏମାନେ ସମସ୍ତେ ନବରାତ୍ରୀ ଓ ରାମଲୀଲା ବେଳେ ଭାରତରେ ସିରିଜ୍‌ ହମଲା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। କିନ୍ତୁ ସେମାନଙ୍କ ଯୋଜନା ଏବେ ଫସର ଫାଟିଛି। ତଥାପି ସମ୍ଭାବ୍ୟ ବିପଦ ଟଳି ନଥିବାରୁ ସୁରକ୍ଷାକର୍ମୀମାନଙ୍କୁ ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି। ସେପଟେ ଗିରଫ ଆତଙ୍କବାଦୀଙ୍କ ଦାଉଦ କନେକ୍ସନ ଥିବା ମଧ୍ୟ ସାମ୍ନାକୁ ଆସିଛି।

   Related Posts