Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ସୁଶୀଲ କହିଲେ- ‘ଜଣା ନାହିଁ କେମିତି ଏତେ ବଡ ଭୁଲ୍ ହୋଇଗଲା, ସବୁ ବରବାଦ ହୋଇଗଲା’, ବିଚାର ବିଭାଗୀୟ ହାଜତକୁ ଗଲେ ପହିଲମାନ

2/06/2021 at 10:49 PM

ନୂଆଦିଲ୍ଲୀ ୦୨।୦୬: ଯୁବ କୁସ୍ତିଯୋଦ୍ଧା ସାଗର ରାଣା ହତ୍ୟାକାଣ୍ଡର ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ମୁସ୍କିଲ ଥମିବାର ନାଁ ନେଉନାହିଁ। ପୋଲିସ ତାଙ୍କୁ ରୋହିଣୀ କୋର୍ଟରେ ହାଜର କରାଇ ଆଉ ତିନି ଦିନର ରିମାଣ୍ଡ ଅବଧି ଦାବି କରିଥିଲା। ହେଲେ କୋର୍ଟ ସୁଶୀଲଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଆଜି ଶୁଣାଣି ବେଳେ ପୀଡିତ ପକ୍ଷଙ୍କ ଓକିଲ ଅତୁଲ ଶ୍ରୀବାସ୍ତବ କୋର୍ଟକୁ ଜଣାଇଛନ୍ତି ଯେ, ତଦନ୍ତରେ ସୁଶୀଲ ସହଯୋଗ କରୁ ନାହାନ୍ତି।

ସୁଶୀଲ କୁମାର ଖାଲି କହୁଛନ୍ତି ଯେ, ଜଣା ନାହିଁ କେମିତି ଏତେ ବଡ ଭୁଲ୍ ମୋ ଦ୍ଵାରା ହୋଇଗଲା। ସବୁ ବରବାଦ୍ ହୋଇଗଲା। ଶ୍ରୀବାସ୍ତବ କହିଛନ୍ତି, ମାରପିଟ୍ ଘଟଣାର ଭିଡିଓ ଏହି ମାମଲାର ଗୁରୁତ୍ଵପୂର୍ଣ୍ଣ ପ୍ରମାଣ। ଏହି ଭିଡିଓ ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ନିଜର ପତିଆରା ଜାହିର କରିବାର ଥିଲା। ଏହି ଭିଡିଓ ସମସ୍ତଙ୍କ ପଠାଇବା ପାଇଁ ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ ସୁଶୀଲ କୁମାର ଜଣାଇବାକୁ ଚାହୁଁଥିଲେ ଯେ, ସେ କିଛି ବି କରି ପାରିବେ।

ଅନ୍ୟପଟେ ଦିଲ୍ଲୀ ପୋଲିସ କହିଛନ୍ତି, ଘଟଣା ସମୟରେ ସୁଶୀଲ  କୁମାର ଯେଉଁ ପୋଷାକ ପିନ୍ଧିଥିଲେ, ତାହା ଏ ପର୍ଯ୍ୟନ୍ତ ମିଳିନାହିଁ। ମୋବାଇଲ ମଧ୍ୟ ମିଳିନାହିଁ। ଏହି ସବୁ ଜବତ ପାଇଁ  ସୁଶୀଲଙ୍କୁ ରିମାଣ୍ଡରେ ନେବାକୁ ଦାବି କରୁଛୁ। ଅଭିଯୁକ୍ତଙ୍କୁ ଭଟିଣ୍ଡା ଓ ହରିଦ୍ଵାର ନେଇ ଯିବାର ଅଛି। ସେଠାରେ ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ମିଳିପାରେ। ସୁଶୀଲର କହିବା କଥା ଏହି ସବୁ ଜିନିଷ ହରିଦ୍ଵାରରେ ଥାଇପାରେ।

କୋର୍ଟରେ ସୁଶୀଲଙ୍କ ଡିସକ୍ଲୋଜର ଷ୍ଟେଟମେଣ୍ଟ ମଧ୍ୟ ଉପସ୍ଥାପନ କରାଯାଇଛି। କୋର୍ଟରେ ତଦନ୍ତ ଅଧିକାରୀ କହିଛନ୍ତି , ଜେରା ବେଳେ ସୁଶୀଲ କୁମାର କହିଥିଲେ ଯେ, ଏହା ସଂପତ୍ତି ବିବାଦର ମାମଲା ଥିଲା। ଫ୍ଲାଟ୍ ଖାଲି କରିବା ନେଇ ଝଗଡା  ହୋଇଥିଲା।  ନିଜକୁ ପ୍ରଶ୍ନ କରିଥିଲେ ଏତେ ବଡ ପହିଲମାନ କେବଳ ୨୫ ହଜାର ଟଙ୍କା ପାଇଁ ନିଜ କ୍ୟାରିୟର କଣ ପାଇଁ ବର୍ବାଦ କରିବ ?

   Related Posts