Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଛଅ ଦିନିଆ ରିମାଣ୍ଡରେ ପହିଲମାନ ସୁଶୀଲ କୁମାର, ହତ୍ୟା ପରଠୁ ଫେରାର ଥିଲେ

23/05/2021 at 8:27 PM

ନୂଆଦିଲ୍ଲୀ ୨୩।୦୫:  ଦେଶର ମହାନତମ ଅଲିମ୍ପିୟାନଙ୍କ ମଧ୍ୟରୁ ଜଣେ ସୁଶୀଲ କୁମାରଙ୍କୁ ଯୁବ ପହିଲମାନ ସାଗର ଧନଖଡ ହତ୍ୟା ମାମଲାରେ ରବିବାର ଗିରଫ କରାଯାଇଛି। ଏହା ପରେ ଦିଲ୍ଲୀ ପୋଲିସ ସୁଶୀଲଙ୍କୁ ରୋହିଣୀ କୋର୍ଟରେ ହାଜର କରିଛି। ଅଦାଲତ ସୁଶୀଲଙ୍କୁ ଛଅ ଦିନିଆ ରିମାଣ୍ଡରେ ନେବାକୁ ଦିଲ୍ଲୀ ପୋଲିସଙ୍କୁ ଅନୁମତି ଦେଇଛନ୍ତି। ପୋଲିସ ୧୨ ଦିନ ରିମାଣ୍ଡ ଦେବାକୁ ଦାବି କରିଥିଲା।

ଅଲିମ୍ପିକରେ ଦୁଇ ଦୁଇଟି ପଦକ ଜିତି ଦେଶକୁ ଗର୍ବିତ କରିଥିବା ସୁଶୀଲ ଅନେକ ଦିନ ଲୁଚି ରହିବା ପରେ ଯେବେ ଧରା ପଡିଲେ ତାଙ୍କ ଚେହେରାରେ ଗାମୁଛା ଢକା ଯାଇଥିଲା। ଦିଲ୍ଲୀ ପୋଲିସର ସ୍ଵତନ୍ତ୍ର ସେଲର ଅଧିକାରୀ ତାଙ୍କ ଦୁଇ ହାତକୁ ଧରିଥିଲେ ନେଉଥିଲେ। ସଂଯୋଗବଶତଃ ଏସବୁ ଘଟଣା ବିଶ୍ଵ କୁସ୍ତି ଦିବସରେ ଦେଖିବାକୁ ମିଳିଛି।

ଦିଲ୍ଲୀ କୋର୍ଟରେ ସୁଶୀଲ କୁମାରଙ୍କ ପକ୍ଷରୁ ଆଡଭୋକେଟ୍ ବିଏସ ଜାଖଡ ଉପସ୍ଥିତ ଥିଲେ। ସେ ପୋଲିସର ୧୨ ଦିନିଆ ରିମାଣ୍ଡକୁ ବିରୋଧ କରିଥିଲେ। ଅଭିଯୋଜନ ପକ୍ଷରୁ ଆଡିସିନାଲ ପବ୍ଲିକ ପ୍ରୋସିକ୍ୟୁଟେର ଅତୁଲ ଶ୍ରୀବାସ୍ତବା ହାଜର ହୋଇଥିଲେ।

ଦିଲ୍ଲୀ ପୋଲିସ ସାଗର ହତ୍ୟା ମାମଲାରେ ସୁଶୀଲ ଓ ତାଙ୍କ ସହଯୋଗୀ ଅଜୟଙ୍କୁ ଶନିବାର ପଞ୍ଜାବରୁ ଗିରଫ କରିଥିଲା। ପହିଲମାନ ସୁଶୀଲଙ୍କ ଉପରେ ପୋଲିସ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ସେହି ପରି ଅଜୟଙ୍କ ଉପରେ ୫୦ ହଜାର ପୁରସ୍କାର ରଖାଯାଇଥିଲା। ମେ ୪ରେ ହତ୍ୟା ଘଟଣା ପରଠୁ ସୁଶୀଲ ଫେରାର ଥିଲେ। ପୋଲିସ ଅନେକ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ଧରିବାରେ ସଫଳ ହୋଇନଥିଲା।

ଅଭିଯୋଗ ହୋଇଥିଲା ଯେ, ଛତ୍ରସାଲ ଷ୍ଟାଡିୟମର ପାର୍କିଂରେ ସାଗର ଓ ତାର ଦୁଇ ସାଙ୍ଗ ସୋନୁ ଏବଂ ଅମିତ କୁମାରଙ୍କୁ ନିର୍ମମ ଭାବେ ମାଡ ମରାଯାଇଥିଲା। ତିନି ଜଣଙ୍କ ଅବସ୍ଥା ଗୁରୁତର  ହୋଇ ପଡିଥିଲା। ସଭିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସାଗରଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରଠୁ ସୁଶୀଳ କୁମାର ଫେରାର ହୋଇ ଯାଇଥିଲେ।

   Related Posts