ନିର୍ଭୟା ଦୋଷୀଙ୍କୁ ଦିଆଗଲା ୭ ଦିନ: ଏକାସାଙ୍ଗରେ ଫାଶୀ ପାଇବେ ୪ ଦୋଷୀ

Published By : Prameya-News7 Bureau | February 05, 2020 IST

ନୂଆଦିଲ୍ଲୀ୫/୨: ନିର୍ଭୟା ଦୋଷୀଙ୍କ ଫାଶୀ ବିରୋଧରେ କେନ୍ଦ୍ର ସରକାରଙ୍କ ପିଟିସନ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି। ଗତ ରବିବାର ଦିନ କେନ୍ଦ୍ର ସରକାରଙ୍କ ପିଟିସନ୍ ଉପରେ ଦିଲ୍ଲୀ ହାଇକୋର୍ଟ  ବିଶେଷ ଶୁଣାଣି କରିଥିଲେ। ବୁଧବାର ଅର୍ଥାତ ଆଜି ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ ନେଇ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏକସାଙ୍ଗରେ ଚାରି ଦୋଷୀଙ୍କୁ ଫାଶୀ ଦିଆଯିବ। ଏଥିସହ ଏକ ସପ୍ତାହ ମଧ୍ୟରେ ଆଇନଗତ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ କୋର୍ଟ ୪ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ସମୟରେ କୋର୍ଟରେ ନିର୍ଭୟାଙ୍କ ମାଆ ଓ ବାପା ଉପସ୍ଥିତ ଥିଲେ।

ଜଷ୍ଟସ୍‌ ସୁରେଶ କୈତ କହିଛନ୍ତି ଯେ ଦୟା ଯାଚିକା ଦେବା ପାଇଁ ଗୃହମନ୍ତ୍ରାଳୟ ସକ୍ଷମ। ଦିଲ୍ଲୀ କଏଦୀ ନିୟମ ୮୩୪ ଓ ୮୩୬ ରେ ଦୟା ଯାଚିକା ସଂପର୍କରେ ଉଲ୍ଲେଖ ନାହିଁ। ଟ୍ରାଏଲ କୋର୍ଟଙ୍କ ରାୟରେ ସେ ସହମତି ନାହାନ୍ତି। ଏପରି କି ନିୟମରେ ଆବେଦନ ଶବ୍ଦ ଏକ ସାମାନ୍ୟ ଶବ୍ଦ ଯେଉଁଥିରେ ଦୟା ଯାଚିକା ସାମିଲ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.