'ଲହୁଣୀ ଚୋରି ଯଦି କୃଷ୍ଣ ଲୀଳା ତାହେଲେ ମିଠା ଚୋରି ଅପରାଧ କାହିଁକି ?' ଏତିକି କହି କିଶୋରକୁ ମୁକ୍ତ କରିଦେଲେ ବିଚାରପତି

Published By : Prameya-News7 Bureau | September 24, 2021 IST

ନାଳନ୍ଦା ୨୪/୦୯ : ମିଠା ଓ ମୋବାଇଲ ଚୋରି ମାମଲାରେ କିଶୋର ନ୍ୟାୟ ପରିଷଦର ପ୍ରଧାନ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଏକ ଗୁରୁତ୍ତ୍ୱପୂର୍ଣ ଶୁଣାଣି କରି ଜଣେ କିଶୋରଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଛନ୍ତି। ଏହା ସହ କୋର୍ଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ କିଶୋରର ଯତ୍ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଠା ଚୋରିକୁ ନେଇ ମାଜିଷ୍ଟ୍ରେଟ ମାନବେନ୍ଦ୍ର ମିଶ୍ର କହିଛନ୍ତି ଯେ ଲହୁଣୀ ଚୋରି ଯଦି କୃଷ୍ଣ ଲୀଳା ତାହେଲେ ମିଠା ଚୋରି ଅପରାଧ କେମିତି ହେଲା ? ମାମଲା ରୁଜ୍ଜୁ କରିଥିବା ଥାନାଧ୍ୟକ୍ଷଙ୍କୁ ଚେତାବନୀ ଦେଇ କହିଛନ୍ତି ଛୋଟମୋଟ ଅପରାଧରେ କିଶୋରଙ୍କ ବିରୋଧରେ ମାମଲା ରୁଜ୍ଜୁ ନ କରନ୍ତି। ତାକୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ ପ୍ରୟାସ କରନ୍ତୁ। କିଶୋରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିବା ମହିଳାଙ୍କୁ ମଧ୍ୟ ଶିଶୁଙ୍କ ପ୍ରତି ସହିଷ୍ଣୁ ଓ ସହନଶୀଳ ହେବାକୁ କୋର୍ଟ ପରାମର୍ଶ ଦେଇଛନ୍ତି ଏବଂ କହିଛନ୍ତି ଯେ ଯଦି ତାଙ୍କ ନିଜ ପୁଅ ମିଠା, ଟଙ୍କା କିମ୍ବା ମୋବାଇଲ ଚୋରି କରିଥାନ୍ତା ତାହେଲେ ସେ କଣ ତାକୁ ପୋଲିସକୁ ଦେଇ ଦେଇଥାନ୍ତେ ନା ବୁଝାଇଥାନ୍ତେ ?

କିଶୋରର ଘର ଆରା ଜିଲ୍ଲାର ଏକ ଗାଁରେ। ଘଟଣା ସମୟରେ ସେ ନିଜ ମାମୁଁ ଘର ହରନୋତ କ୍ଷେତ୍ରର ଏକ ଗାଁକୁ ଆସିଥିଲା। ଗୁରୁବାର ଦିନ କିଶୋର ନ୍ୟାୟ ପରିଷଦର ମୁଖ୍ୟ ମାଜିଷ୍ଟ୍ରେଟ ମାନବେନ୍ଦ୍ର ମିଶ୍ର ମାମଲାର ଶୁଣାଣି କରିଥିଲେ। ସେ କିଶୋରଙ୍କୁ ପୁରା ମାମଲା ପଚାରିଥିଲେ। ସେତେବେଳେ କିଶୋର ପୁରା ଡରିଯାଇଥିଲା। ତାକୁ ବୁଝାଇବାରୁ ସେ କାନ୍ଦିବାକୁ ଲାଗିଲା ଓ ନିଜ ପରିବାର ସ୍ଥିତି ବଖାଣିଥିଲେ।

କିଶୋରର ଓକିଲ କଞ୍ଚନ କୁମାରଙ୍କ କହିବାନୁଯାୟୀ, କିଶୋରଙ୍କ ପିତା ବହୁ ଦିନରେ ରୋଗାକ୍ରାନ୍ତ ଅଛନ୍ତି। ମା' ମାନସିକ ରୋଗୀ। ପରିବାରରେ ଆମଦାନୀର କୌଣସି ସାଧନ ନାହିଁ। ଘଟଣା ବେଳେ ସେ ନିଜ ମାମୁଁ ଘରେ ଥିଲେ। ମାମୁଁ ଓ ଆଈଙ୍କ ମଧ୍ୟ ମୃତ୍ୟୁ ହୋଇସାରିଛି। ଘଟଣା ସମୟରେ ସେ ବହୁତ ଭୋକିଲା ଥିଲା ଓ ପଡିଶାର ଜଣେ ମାଇଁଙ୍କ ଘରକୁ ଚାଲି ଯାଇଥିଲେ। ଭୋକ ଦାଉରୁ ରକ୍ଷା ପାଇବାକୁ ସେ ଫ୍ରିଜରେ ଥିବା ମିଠା କାଢି ଖାଇଦେଇଥିଲା ଓ ପିଲାଳିଆମୀ ଯୋଗୁଁ ଫ୍ରିଜ ଉପରେ ରଖାଯାଇଥିବା ମୋବାଇଲ ଆଣି ଗେମ ଖେଳିଥିଲା। ଏହାପରେ ମହିଳା ଥାନାକୁ ପୋଲିସକୁ ବଢ଼େଇ ଚଢେଇ କିଶୋର ବିରୋଧରେ ଅଭିଯୋଗ କରିଥିଲେ।

ମାଜିଷ୍ଟ୍ରେଟ ମାନବେନ୍ଦ୍ର ମିଶ୍ର କହିଛନ୍ତି ଯେ ସନାତନ ଧର୍ମରେ ଭଗବାନ ଶ୍ରୀକୃଷ୍ଣ ଲହୁଣୀ ଚୋରିବାକୁ ଓ ହାଣ୍ଡି ଭାଙ୍ଗିବା କଥା କୁହାଯାଇଛି। ଏହାକୁ ଆମ ସଂସ୍କୃତିରେ ଶ୍ରୀକୃଷ୍ଣଙ୍କ ବାଲ ଲୀଳା କୁହାଯାଇଛି। କିନ୍ତୁ ଆଜି ଜଣେ କିଶୋର ଭୋକ ସହି ନ ପରି ମିଠା ଚୋରି ଖାଇବାକୁ ଅପରାଧ ବୋଲି କୁହାଯାଉଛି। ଏହାପରେ ଫଇସଲା ଶୁଣାଇ ମାଜିଷ୍ଟ୍ରେଟ କିଶୋରକୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.