ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟା ମାମଲା : ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଜାମିନ ଆବେଦନ ଖାରଜ

Published By : Prameya-News7 Bureau | November 30, 2019 IST

ଯାଜପୁର ୩୦।୧୧: ଯାଜପୁର ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟା ମାମଲାରେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଛି । ରୂପେଶଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଜିଲ୍ଲା ଦୌରା ଜଜ୍ ।

ସୂଚନାଯୋଗ୍ୟ ଯେ, ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗେଷ୍ଟ ହାଉସର ୟୁରିନାଲରୁ ଉଦ୍ଧାର କରାଯାଇଥିଲା। ବେକରେ ଓଢ଼ଣୀ ବନ୍ଧା ଯାଇଥିବା ଅବସ୍ଥାରେ ମିଳିଥିଲା ମୃତଦେହ। ସ୍ମିତାରାଣୀ ହରିଦାସପୁର ପଞ୍ଚାୟତର ବାଲିଗରି ଗାଁରେ ଭତ୍ତା ବାଣ୍ଟିବା ପରେ ଦିନ ଗୋଟାଏ ବେଳେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀଙ୍କର ଗେଷ୍ଟ ହାଉସକୁ ଫ୍ରେସ୍ ହେବାକୁ ଯାଇଥିଲେ। ଆଉ ସେହି ଗେଷ୍ଟ ହାଉସର ୟୁରିନାଲ ଭିତରୁ ତାଙ୍କର ଓଢ଼ଣୀରେ ଓହଳିଥିବା ମୃତଦେହ ଉଦ୍ଧାର କରାଯାଇଥିଲା। ସରପଞ୍ଚଙ୍କର ସ୍ବାମୀ ବାଥରୁମ୍ ଗେଷ୍ଟ ହାଉସ ଡୋର୍ ଭାଙ୍ଗି ବାଥରୁମରୁ ତାଙ୍କୁ ଉଦ୍ଧାର କରିଥିବା ବେଳେ ସେଠାରୁ ଧର୍ମଶାଳା ଡାକ୍ତରଖାନା ନେଇଥିଲେ। ପରେ ଘଟଣାର ତଦନ୍ତ କରି ମହିଳା ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ପୋଲିସ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.