ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ନାବାଳକଙ୍କୁ ଦଣ୍ଡ ଶୁଣାଇଲା କୋର୍ଟ

Published By : Prameya-News7 Bureau | February 09, 2019 IST

ଉଦୟପୁର ୯/୨- ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ କୋର୍ଟ ଶୁଣାଇଲା ଦଣ୍ଡାଦେଶ । ମୁଖ୍ୟ ଆସାମୀ ଥିବା ନାବାଳକଙ୍କୁ ମିଳିଛି ଆଜୀବନ କାରାଦଣ୍ଡାଦେଶ ।

ଘଟଣା ଘଟିଛି ପ୍ରସାଦଗଡ଼ର ସାଲମଗଡ଼ ଥାନା ଅଂଚଳରେ ।  ରାୟଚନ୍ଦ୍ର ନାମକ ଜଣେ ନାବାଳକ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ । ମହିଳା ଜଣକ ନିଜ ଜମିକୁ ଯାଉଥିବା ବେଳେ ନାବାଳକ ତାଙ୍କୁ ରାସ୍ତାରୁ ଟେକି ନେଇଥିଲା । ସେ ଜଙ୍ଗଲ ମଧ୍ୟକୁ ନେଇ ଦୁଷ୍କର୍ମ କରିବା ସହ ଲହୁଲୁହାଣ କରିଦେଇଥିଲେ । ଏହି ଘଟଣାରେ ମହିଳା ବିରୋଧ କରିବାରୁ ରାୟଚନ୍ଦ୍ର ତାଙ୍କୁ ମାଡ଼ ମାରି ଗୁରୁତର କରିଥିଲେ ।

ବେହୋସ ଅବସ୍ଥାରେ ଥିବା ସମୟରେ ରାୟଚନ୍ଦ୍ର ଜଙ୍ଗଲରେ ଛାଡ଼ି ଚାଲିଯାଇଥିଲେ । ମହିଳାଙ୍କ ପୁତୁରା ସେହି ବାଟ ଦେଇ ଯାଉଥିବା ସମୟରେ ତାଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନରେ ଭର୍ତ୍ତି କରିଥିଲା ।

ଏହି ଘଟଣା ଘଟିଥିଲା ୮ ଫେବୃଆରୀ ୨୦୧୬ ମସିହାରେ । ଏହି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ରାୟଚନ୍ଦ୍ରକୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଶୁଣାଇଛି ଆଜୀବନ କାରାଦଣ୍ଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.