ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନୀ ସୈନିକଙ୍କ ଯୌନ ବ୍ୟଭିଚାରର ଶିକାର କୋରିଆ ମହିଳାଙ୍କୁ ୬୬ ଲକ୍ଷ ଟଙ୍କା ଲେଖାଁଏ କ୍ଷତି ପୂରଣ
11/01/2021 at 1:33 PM

ସିଓଲ୍,୧୧/୦୧: ଦକ୍ଷିଣ କୋରିଆର ଏକ ଅଦାଲତ ୮୦ ବର୍ଷ ପରେ ସେଠାକାର କିଛି ମହିଳାଙ୍କୁ ନ୍ୟାୟ ଦେଇଛନ୍ତି। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ପ୍ରତ୍ୟେକ ଦିନ ଜାପାନୀ ସୈନିକଙ୍କ ଦ୍ୱାରା ଦୁଷ୍କର୍ମର ଶୀକାର ହୋଇଥିବା ମହିଳାଙ୍କ ସପକ୍ଷରେ ଏହି ରାୟ ଆସିଛି। ଦକ୍ଷୀଣ କୋରିଆର ରାଜଧାନୀ ସିଓଲର କେନ୍ଦ୍ରିୟ ଅଦାଲତ ଶୁକ୍ରବାର ଏନେଇ କରିଥିବା ଶୁଣାଣିରେ ୧୨ ଜଣ ପଡ଼ିତାଙ୍କୁ ଜାପାନ ତରଫରୁ ୬୬ ଲକ୍ଷ ଟଙ୍କା ଲେଖାଁଏ ଯୋଗାଇଦାବାକୁ ନିର୍ଦ୍ଦେଶ ଦେଇଥିଲେ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନି ସୈନିକ ଦକ୍ଷୀଣ କୋରିଆର ମହିଳାଙ୍କୁ ଯୌନ ଦାସୀ କରି ରଖିଥିଲେ। ଏହି ମହିଳାଙ୍କୁ କମ୍ଫର୍ଟ ଓମେନ୍ ବୋଲି କୁହାଯାଉଥିଲା। ଡେଲି ମେଲ୍ର ରିପୋର୍ଟ ଅନୁସାରେ ଦିନକୁ ୫୦ ଜଣ ସୈନିକ ଏହି ମହିଳାଙ୍କୁ ଦୁଷ୍କର୍ମ ଏବଂ ଯୌନ ଶୋଷଣ କରୁଥିଲେ। ପିଡ଼ିତା ମହିଳା ମାମଲାର ବିଚାର ନେଇ ୨୦୧୩ରେ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହାର ବିଚାର କରି ମହିଳାଙ୍କୁ ଯୌନ ଦାସୀ କରି ରଖିବା, ମଣିଷପଣିଆର ବିରୁଦ୍ଧରେ କରାଯାଇଥିବା ଅପରାଧ ବୋଲି କହିଥିଲେ।
ଜାପାନ, କୋରିଆ କୋର୍ଟଙ୍କର ଏହି ରାୟକୁ ବିରୋଧ କରିଛି। ଏନେଇ ଜାପାନ ପକ୍ଷରୁ କୁହାଯାଇଛି ଯେ, ଯୁଦ୍ଧ ସମୟରେ ହୋଇଥିବା କ୍ଷତିକୁ ୧୯୬୫ରେ ହୋଇଥିବା ଚୁକ୍ତିନାମାରେ ସମ୍ପୂର୍ଣ୍ଣ ଭାବେ ଆକଳନ କରାଯାଇସାରିଛି। କିନ୍ତୁ କୋର୍ଟଙ୍କ କହିବା କଥା, ୧୯୧୦ରୁ ୧୯୪୫ ମଧ୍ୟରେ ଜାପାନ କୋରିଆର କିଛି କ୍ଷେତ୍ରକୁ ନିଜ ଅଧିନକୁ ନେଇଯାଇଥିଲା। ଏହି ସମୟରେ ମହିଳାଙ୍କୁ ଯୌନ ଦାସୀ କରି ରଖାଯାଇଥିଲା। ତେଣୁ ସ୍ୱୟଂ ଶାସିତ ଦେଶ ହୋଇଥିବାରୁ ମକଦ୍ଦମାରୁ ଜାପାନ ବଞ୍ଚି ପାରିବନି ବୋଲି କୋର୍ଟ କହିଥିଲେ। ଯୌନ ଦାସୀ ହୋଇଥିବା କୋରିଆର ୨୪୦ ମହିଳା ସରକାରଙ୍କ ପାଖରେ ରେଜିଷ୍ଟ୍ରେସନ୍ କରିଥିଲେ। ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ମାତ୍ର ୧୬ ଜଣ ଜୀବିତ ଅଛନ୍ତି। ଯେଉଁ ୧୨ ଜଣ ମହିଳା କୋର୍ଟରେ ନ୍ୟାୟ ପାଇଁ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଛି।