Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଓକିଲ ନୋଟିସ୍

4/12/2018 at 12:04 PM

ଭୁବନେଶ୍ବର ୦୪|୧୨: ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିରୋଧରେ ଓକିଲ ନୋଟିସ ପଠାଇଲେ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ଚାଷୀଙ୍କ ଠାରୁ ହୋଇଥିବା ଧାନ କିଣା ଦୁର୍ନୀତିରେ ବିଧାୟକଙ୍କ ପରିବାର ଲୋକ ସଂପୃକ୍ତ ବୋଲି ଅଭିଯୋଗ ଆଣିଥିଲେ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ।  ସିଏଜି ତଥ୍ୟ ଆଧାରରେ ଏଭଳି ଅଭିଯୋଗ ଆଣିଥିଲେ ବୋଲି ମନ୍ତ୍ରୀ ଗଣ ମାଧ୍ୟମ ଆଗରେ କହିଥିଲେ ।  ମନ୍ତ୍ରୀ ମିଛ କହୁଛନ୍ତି ଏବଂ ସତ୍ୟତା ପ୍ରମାଣ କରିବାକୁ ଚ୍ୟାଲେଞ୍ଜ କରି ବିଧାୟକ ଅଂଶୁମାନ ମହାନ୍ତି ଓକିଲ ନୋଟିସ ପଠାଇଛନ୍ତି । ମନ୍ତ୍ରୀ ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା ନକଲେ ନ୍ୟାୟାଳୟରେ ମନ୍ତ୍ରୀଙ୍କ ନାଁରେ ମାନହାନି ମକଦ୍ଦମା କରିବେ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି । ବିଧାୟକ ଗଣ ମାଧ୍ୟମକୁ ଏନେଇ ଦେଇଥିବା ପ୍ରେସ ନୋଟ୍ ରେ କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲା ସଭାପତି ଧୃବ ସାହୁଙ୍କର ଧାନ କିଣା ଦୁର୍ନିତିରେ ସଂପୃକ୍ତି ଥିବାରୁ ତାଙ୍କୁ ଘଣ୍ଟ ଘୋଡାଇବାକୁ ମନ୍ତ୍ରୀ ଏଭଳି ମିଥ୍ୟାର ଆଶ୍ରୟ ନେଇଛନ୍ତି । ତେବେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଓ ଧୃବ ସାହୁଙ୍କ ପ୍ରତିକ୍ରିୟା ଜଣାପଡିନାହିଁ ।

   Related Posts