ଠିକାଦାରଙ୍କ ସମେତ ୬ ଯନ୍ତ୍ରୀଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ, ଖସିଯିବା ପାଇଁ ଜୋରଦାର ପ୍ରୟାସ

Published By : Prameya-News7 Bureau | January 22, 2020 IST

କଟକ୨୨/୧: ତାଳଦଣ୍ଡା କେନାଲ ପୋଲ ନିର୍ମାଣ ଦୁର୍ନୀତିରେ ଫସିଥିବା ଜଣେ ଠିକାଦାରଙ୍କ ସମେତ ୬ ଯନ୍ତ୍ରୀଙ୍କ ଜାମିନ୍‌ ଆବେଦନ ଖାରଜ ହୋଇଛି। କଟକ ଭିଜିଲାନ୍ସ କୋର୍ଟରେ ମାମଲାର ଚାର୍ଜସିଟ୍‌ ଦାଖଲ ହୋଇନଥିବା କାରଣରୁ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ।

{"id":214661,"sizeSlug":"large"}

ଯନ୍ତ୍ରୀ ଠିକାଦାର ମିଳିମିଶି  କରିଥିଲେ ଘୋଟାଲା। କଟକ ତାଳଦଣ୍ଡା କେନାଲ ବ୍ରିଜ୍‌ ନିର୍ମାଣରେ ହୋଇଥିବା ଦୁର୍ନୀତିର ଖୋଳତାଡ଼ କରି ଜଣେ ଠିକାଦାରଙ୍କ ସମେତ ୬ଜଣ ଯନ୍ତ୍ରୀଙ୍କୁ ବାନ୍ଧିଥିଲା ଭିଜିଲାନ୍ସ । ବୁଧବାର ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି । କଟକ ଭିଜିଲାନ୍ସ କୋର୍ଟରେ ମାମଲାର ଚାର୍ଜସିଟ୍‌ ଦାଖଲ ହୋଇନଥିବାରୁ ଏମାନଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ ।

{"id":214662,"sizeSlug":"large"}

 ତେବେ କୋର୍ଟରେ ସମସ୍ତ ଅଭିଯୁକ୍ତଙ୍କ ତରଫରୁ କିଛି ଏଭଳି ଯୁକ୍ତି ଉପସ୍ଥାପନ କରାଯାଇଥିଲା । ସେଗୁଡ଼ିକ ହେଲା - (୧) ନିର୍ମାଣ କାମରେ ସେଭଳି କିଛି ଅନିୟମିତତା ହୋଇଥିବାର ପ୍ରମାଣ ନାହିଁ । ୨-  ସରକାରୀସ୍ତରରେ ତଦନ୍ତ ଚାଲିଥିବା ବେଳେ ଭିଜିଲାନ୍ସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଆଇନ  ସଂଗତ ନୁହେଁ, (୩) ମାମଲା ସମ୍ପର୍କୀତ ସମସ୍ତ ଫାଇଲ ଭିଜିଲାନ୍ସ ପାଖରେ ରହିଛି। ତେଣୁ ତଦନ୍ତ ପ୍ରଭାବିତ ହେବାର ସମ୍ଭାବନା ନାହିଁ

{"id":214663,"sizeSlug":"large"}

କଟକ ନୂଆବଜାରରେ ତାଳଦଣ୍ଡା କେନାଲ ବ୍ରିଜ୍‌ ନିର୍ମାଣରେ ପ୍ରାୟ ୪୩ଲକ୍ଷ ଟଙ୍କା ହେରଫେର୍‌ ହୋଇଥିଲା । ଏମିତିକି ପୂର୍ତ୍ତବିଭାଗର ସହାକାରୀ ଯନ୍ତ୍ରୀ ରଞ୍ଜନ ଦେବତାଙ୍କ ଭାଇଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇ ବ୍ରିଜ୍‌ ନିର୍ମାଣ କାମ ଦିଆଯାଇଥିଲା । ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ତତ୍ପରତା ପ୍ରକାଶ କରିଥିଲା ଭିଜିଲାନ୍ସ ।

{"id":214664,"sizeSlug":"large"}

ଆଉ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରଜନୀକାନ୍ତ ଦଳ ବେହେରା, ସହକାରୀ ଯନ୍ତ୍ରୀ ରବି ନାରାୟଣ ସାହୁ, ସହକାରୀ ଯନ୍ତ୍ରୀ ରଞ୍ଜନ ଦେବତା ଏବଂ ଅବସରପ୍ରାପ୍ତ ଅଧୀକ୍ଷଣ ବିମଳ ଚନ୍ଦ୍ର ଦାସ, ନିର୍ବାହୀ ଯନ୍ତ୍ରୀ ସୁଧୀର କୁମାର ପଣ୍ଡା, ଆକାଉଣ୍ଟସ୍‌ ଅଫିସର ଅବନୀକାନ୍ତ ରାଉତଙ୍କ ସହ ଠିକାଦାର ତୃପ୍ତ ରଞ୍ଜନ ଦେବତାଙ୍କୁ ଗିରଫ କରିଥିଲା । ମାମଲାର ସମସ୍ତ ଅଭିଯୁକ୍ତ କୋର୍ଟରେ ହାଜର ହେବାକୁ ନିର୍ଦେଶ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କିଛି ଅଭିଯୁକ୍ତ ଅସୁସ୍ଥତା କାରଣ ଦର୍ଶାଇ କୋର୍ଟକୁ ଆସିନଥିଲେ ।

{"id":214665,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.