Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କ୍ରିକେଟର ଶମିଙ୍କ ସହ ତାଙ୍କ ଭାଇଙ୍କୁ କୋର୍ଟରୁ ମିଳିଲା ବଡ ଆଶ୍ବସ୍ତି, ନଭେମ୍ବର ୨ ତାରିଖ ଯାଏଁ ଆତ୍ମସମର୍ପଣ ଉପରେ ରହିତାଦେଶ

10/09/2019 at 4:40 PM

କୋଲକାତା୧୦|୯: କ୍ରିକେଟର ମହମ୍ମଦ ଶମି ଓ ତାଙ୍କ ଭାଇ ହସିବ ଅହମଦଙ୍କୁ ଘରୋଇ ହିଂସା ମାମଲାରେ କୋର୍ଟରୁ ମିଳିଲା ଆଶ୍ବସ୍ତି। କୋଲକାତା ଅଦାଲତ ତାଙ୍କୁ ୧୫ ଦିନ ଭିତରେ ଆତ୍ମସମର୍ପଣ କରିବା ପାଇଁ ଆଦେଶ ଦେଇଥିଲେ। ଶମିଙ୍କ ପତ୍ନୀ ଘରୋଇ ହିଂସା ନେଇ କରିଥିବା ପିଟିଶନର ଶୁଣାଣି ପରେ ଉଭୟ ଭାଇଙ୍କୁ କୋର୍ଟ ଆତ୍ମସମର୍ପଣ କରିବା ପାଇଁ ଆଦେଶ ଦେଇଥିଲେ।ତେବେ ଗତ କାଲି ଅଦଲାତ ଦୁଇ ଭାଇଙ୍କୁ ନଭେମ୍ବର ମାସ ଯାଏଁ  ସେମାନଙ୍କ ଆତ୍ମସମର୍ପଣ ଉପରେ ରହିତାଦେଶ ଦେଇଛନ୍ତି।

ଭାରତୀୟ କ୍ରିକେଟ ଟିମ୍‌ର ସଦସ୍ୟ ମହମ୍ମଦ ଶମି ଓ ଥାଙ୍କ ପତ୍ନୀ ହସୀନ ଯହାଁଙ୍କ ମଧ୍ୟରେ ଗତ ବର୍ଷ ମାର୍ଚ୍ଚ ମାସରୁ ବିବାଦ ଚାଲିଛି। ହସୀନ ନିଜ ଝିଅ ଆଇରା ଶମିଙ୍କ ସହ କୋଲକାତାରେ ସ୍ବାମୀଙ୍କଠୁ ଅଲଗା ହୋଇ ରହୁଛନ୍ତି। ସେ ନିଜ ସ୍ବାମୀ ଓ ଶ୍ବଶୁର ଘରର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ଓ ଦେଢଶୁର ହସିବ ଅହମଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ ।

ତେବେ ଘଟଣାର ପ୍ରାଥମିକ ତଦନ୍ତ ପରେ କୋଲକାତା ପୋଲିସ କେବଳ ମହମ୍ମଦ ଓ ତାଙ୍କ ଭାଇ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଅନ୍ୟ ସମସ୍ତଙ୍କୁ ମାମଲାରୁ ବାଦ ଦେଇଥିଲେ । ମାମଲାର ଶୁଣାଣି ବେଳେ ମହମ୍ମଦ ଶମି ଓ ତାଙ୍କା ଭାଇ ଅଦାଲତରେ ହାଜିର ହଉନଥିଲେ। ସେପଟେମ୍ବର ମାସ ୫ ତାରିଖରେ କୋର୍ଟ ଉଭୟ ଭାଇଙ୍କୁ ୧୫ ଦିନ ଭିତରେ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ଆଦେଶ ଦେଇଥିଲେ।

ସେହି ସମୟରେ ଶମି ଟିମ୍‌ ସହ ୱେଷ୍ଟିଣ୍ଡିଜରେ ମ୍ୟାଚ ଖେଳୁଥିଲେ। ତେଣୁ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲାଗି ଶମି ଉଚ୍ଚ ଅଦାଲତରେ ଆବେଦନ କରିଥିଲେ ।  ଗତକାଲି ଆବେଦନ ଉପରେ ଶୁଣାଣୀ କରି କୋର୍ଟ ରହିତାଦେଶ ଜାରୀ କରିଛନ୍ତି। ନଭେମ୍ବର ମାସ ୨ ତାରିଖ ଯାଏଁ ରହିତାଦେଶ ବଳବତ୍ତର ରହିବ ।

   Related Posts