Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମିଳିଲା ଜାମିନ୍

27/04/2019 at 3:13 PM

ଭୁବନେଶ୍ବର ୨୭|୪: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଜାମିନ୍ ମିଳିଛି । ୫୦ହଜାର ଟଙ୍କାର ମୁଚାଲିକା ୨ ଜାମିନଦାରଙ୍କ ବଦଳରେ ପ୍ରଦୀପଙ୍କୁ ଜାମିନ୍ ମିଳିଛି । କେସ୍ ଡାଏରୀ ଏବଂ ମେଡିକାଲ ସାର୍ଟିଫିକେଟ୍ ଯାଞ୍ଚ ପରେ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଗତ ୨୪ ତାରିଖରେ ମହାରଥୀଙ୍କ ଜାମିନ୍ ଶୁଣାଣି ହେବାର ଥିଲା କିନ୍ତୁ କେସ୍ ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ କୋର୍ଟରେ ସବମିଟ୍ ହୋଇନଥିବାରୁ ଆଜି ପାଇଁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖରେ ମହାରଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ବାର୍ଡର ଚଢାଉ ବେଳେ ମାଜିଷ୍ଟ୍ରେଟ ଏବଂ ଟିମର ଅନ୍ୟ ସଦସ୍ୟଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ପିପିଲି ପୋଲିସ ପ୍ରଦୀପ ମହାରଥୀଙ୍କୁ ୨୨ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତାଙ୍କ ବିରୋଧରେ ଦଫା ୩୦୭ ହତ୍ୟା ପାଇଁ ଉଦ୍ୟମରୁ ଆରମ୍ଭ କରି ୩୫୩, ୩୪୧, ୩୩୨, ୧୪୭,୧୪୮,୧୪୯ ଦଫା ଲଗାଇଛି । ଏଥିସହ ୧୭୧ ବି, ୧୮୬ ଓ ଏବଂ ଲୋକ ପ୍ରତିନିଧି ଆଇନ ୧୨୩ରେ ମାମଲା ରୁଜୁ କରିଛି ପୋଲିସ ।  

   Related Posts