ବହୁଚର୍ଚ୍ଚିତ ମାହାଙ୍ଗା ଡବଲ୍‌ ମର୍ଡର ଘଟଣାରେ ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌, ତଥ୍ୟ ଦାଖଲ ନକେଲେ ହେବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | December 04, 2021 IST

ସାଲେପୁର, ୦୪/୧୨: ବହୁଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ସାଲେପୁର ଜେଏମ୍‌ଏଫସି  କୋର୍ଟ ୯ ପେଜ୍‌ର ଏକ ଆଦେଶ ଦେଇଛନ୍ତି। ଏଥିରେ ମାହାଙ୍ଗା ପୋଲିସ ପୁନର୍ବାର ଦେଇଥିବା ଟାଇମ ପିଟିସନକୁ ଖାରଜ କରିଛନ୍ତି କୋର୍ଟ। ବାରମ୍ବାର ତଦନ୍ତକାରୀ ଅଫିସର କୋର୍ଟରେ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର୍‌ ସଂଗୃହିତ ରିପୋର୍ଟ ନଦେବା ଏବଂ ବ୍ୟକ୍ତିଗତ ହାଜିରା ଆଦେଶ ପରେ ମଧ୍ୟ ହାଜିରା ନହେବା କାରଣରୁ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନହେବ ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ଆସନ୍ତା ୧୦ ତାରିଖ ସକାଳ ୧୦ଟା ୩୦ ସୁଦ୍ଧା ସମସ୍ତ ତଦନ୍ତ ସମ୍ୱଳିତ ତଥ୍ୟ ଦାଖଲ ନକଲେ କଠୋର କାର୍ଯ୍ୟନୁଷ୍ଠାନ ହେବ ବୋଲି ମଧ୍ୟ ଆଦେଶରେ ଉଲ୍ଲେଖ କରିଛନ୍ତି କୋର୍ଟ। ଏନେଇ ଆବେଦନକାରୀଙ୍କ ଓକିଲା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.