Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ନାବାଳିକାକୁ ବାରମ୍ବାର ଦୁଷ୍କର୍ମ, ଦୋଷୀ ସାବତ ବାପାକୁ ଆଜୀବନ କାରାଦଣ୍ଡ

8/10/2021 at 10:46 PM

ସୁନ୍ଦରଗଡ଼, ୦୮/୧୦: ରଘୁନାଥପାଲି ଥାନା ପାନପୋଷ ବସ୍ତି ଅଂଚଳରେ ବସବାସ କରୁଥିବା ରାଜେଶ ବଡାଇକକୁ ନିଜ ନାବାଳିକା ସାବତ ଝିଅକୁ ୩ରୁ୪ ବର୍ଷ ଧରି ଦୁଷ୍କର୍ମ କରିବା ଅଭିଯୋଗରେ ସ୍ୱତନ୍ତ୍ର ପକ୍ସୋ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ଅଗଷ୍ଟ ୨୦୧୩ରେ ପୀଡିତା ନାବାଳିକା ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରେ ନିଜ ଶିକ୍ଷକଙ୍କ ଆଗରେ ତା ସାବତ ବାପା ତାକୁ ୩-୪ ବର୍ଷ ଧରି ଜୋର ଜବରଦସ୍ତ ବଳାତ୍କାର କରୁଥିବା, ଧମକ ଚମକ ଦେଉଥିବା ସହ ଶାରୀରିକ ନିର୍ଯ୍ୟାତନା ଦେଉଥିବା କଥା କହିଥିଲା ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଝିଅ ସହ ରଘୁନାଥପାଲି ଥାନାକୁ ଯାଇ ଏ ନେଇ ଏତଲା ଦେଇଥିଲେ । ପୋଲିସ ଅଭିଯୁକ୍ତ ରାଜେଶ ବଡାଇକ ଓରଫ ଦିଲ ଫିରୋଜ ଖାନକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣାର ତଦନ୍ତ, ସାକ୍ଷୀଙ୍କ ବୟାନ, ପୀଡ଼ିତାଙ୍କ ବୟାନକୁ ତର୍ଜମା କରି ମାନ୍ୟଵର ବିଚାରପତି ଆଜି ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ । ଏଥି ସହିତ ପୀଡିତା ଝିଅକୁ ରାଜ୍ୟ ସରକାରଙ୍କ ତରଫରୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

   Related Posts