ବଧୂ ହତ୍ୟା ଅଭିଯୋଗରୁ ଶାଶୂ ନିର୍ଦ୍ଦୋଷରେ ଖଲାସ, ସ୍ୱାମୀକୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | October 27, 2021 IST

ରାଇରଙ୍ଗପୁର , ୨୭/୧୦: ୨୦୧୬ ମସିହା ଅଗଷ୍ଟ ମାସରେ ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ବାଢୁଣିଆ ଗ୍ରାମରେ ନବବଧୂକୁ କିରୋସିନି ଢାଳି ନିଆଁରେ ପୋଡି ହତ୍ୟା କରାଯାଇଥିଲା । ଏହି ଅଭିଯୋଗରେ ଶାଶୂ ଗୁରୁବାରୀ ନାଏକ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ସ୍ୱାମୀ ରଥ ନାଏକକୁ ଆଜୀବନ କାରାଦଣ୍ଡ ଓ ଦଶ ହଜାର ଟଙ୍କାର ଜରିମାନା ଅନାଦେୟ ଛଅ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ।

୧୩ ଜଣ ସାକ୍ଷ-ପ୍ରମାଣ ସହିତ ମୃତକଙ୍କ ମୃତ୍ୟୁକାଳୀନ ଜମାନ ବନ୍ଦୀକୁ ଆଧାର କରି ଏହି ରାୟ ଆଜି ପ୍ରକାଶ ପାଇଛି । ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଓକିଲ ରାମଚନ୍ଦ୍ର ସାହୁ ମକଦ୍ଦମା ପରିଚାଳନା କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.