Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ପରିତ୍ୟକ୍ତା ପତ୍ନୀ ଉପରେ ଏସିଡ ମାଡ଼ ଘଟଣା, ଦୋଷୀ ସାବ୍ୟସ୍ତ ସ୍ୱାମୀକୁ ୧୦ବର୍ଷ ଜେଲ୍‌ଦଣ୍ଡ ଶୁଣାଇଲେ କୋର୍ଟ

29/07/2021 at 8:28 PM

ଢେଙ୍କାନାଳ, ୨୯।୦୭ : ସ୍ୱାମୀଙ୍କ ନିର୍ଯାତନା ଯୋଗୁଁ ବାଧ୍ୟ ହୋଇ ସ୍ୱାମୀଙ୍କୁ ଛାଡି ସ୍ୱାଧାର ଗୃହରେ ଆଶ୍ରୟ ନେଇଥିଲେ । ତଥାପି ସ୍ୱାମୀର କୋପରୁ ବର୍ତ୍ତି ପାରିନଥିଲେ ପରିତ୍ୟକ୍ତା ପତ୍ନୀ। ପତି-ପତ୍ନୀ ବିବାଦକୁ ନେଇ କୋର୍ଟକୁ ଯାଇଥିବା ବେଳେ ଚଞ୍ଚକତାର ଶିକାର ହେଲେ ପତ୍ନୀ । ଆଉ ଯୋଜନା ମୁତାବକ ରାସ୍ତାରେ ପତ୍ନୀ ଉପରେ ଏସିଡ ମାଡ଼ କରି ପଳାଇ ଯାଇଥିଲା ସ୍ୱାମୀ । ଏପରି ଅମାନୁଷିକ ଘଟଣାରେ ବିଚାର କରି ଢେଙ୍କାନାଳ ଜିଲ୍ଲା ଦୌରା ଜଜ୍‌ ଆଜି ଅଭିଯୁକ୍ତ ସ୍ୱାମୀ  ବିକାଶ ଚନ୍ଦ୍ର ନାଏକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ରାୟରେ ଶୁଣାଣି ମୁତାବକ ବିକାଶକୁ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ଗତ ୨୦୧୬ ମସିହା ଡିସେମ୍ବର ୧୩ତାରିଖରେ ରାସୋଳ ଥାନା ଅନ୍ତର୍ଗତ ସାତମାଇଲି ଛକ ନିକଟରେ ପତ୍ନୀ ରୁନି ନାଏକ ଉପରେ ଏସିଡ ମାଡ଼ କରି ଏପରି ଅମାନବୀୟ କାଣ୍ଡ ଘଟାଇଥିଲା ବିକାଶ । ଏ ସମ୍ପର୍କରେ ହିନ୍ଦୋଳ ଥାନାରେ ହୋଇଥିବା ଅଭିଯୋଗ ମୁତାବକ ଏସିଡ ପିଡିତା ରୁନି ନାଏକ ସ୍ୱାମୀ ନିର୍ଯାତନା ଯୋଗୁଁ ଅନୁଗୁଳସ୍ଥିତ ସୁଧାର ଗୃହରେ ରହୁଥିଲେ । ତେବେ ହିନ୍ଦୋଳ କୋର୍ଟରେ ମାମଲା ରହିଥିବାରୁ ଘଟଣା ଦିନ କୋର୍ଟକୁ ଯାଇଥିଲେ ।

ମାତ୍ର ପୂର୍ବ ଯୋଜନା ମୁତାବକ  କୋର୍ଟରୁ ସ୍ୱାମୀ  ବିକାଶ ପତ୍ନୀ  ରୁନିକୁ ଗାଁରେ ଛାଡ଼ିଦେବା ବାହାନାରେ ନିଜ ବାଇକରେ ବସାଇ ନେଇଥିଲା । ମାତ୍ର ବାଟରେ ତାଙ୍କ ଉପରେ ଅନ୍ୟ ଜଣେ ଯୁବକ ମାଧ୍ୟମରେ ଏସିଡ ମାଡ଼ କରି ତାଙ୍କୁ ଗୁରୁତର ଅବସ୍ଥାରେ ଛାଡି ପାଳଇଥିଲେ । ତେବେ ଏହି ଏସିଡ ମାଡ଼ ମାମଲାରେ ଅନ୍ୟ ଅଭିଯୁକ୍ତ ଯୁବକ ଜଣଙ୍କ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇଥିବା ଜଣାପଡିଛି ।

   Related Posts