Me too: ଜବାବ ରଖିବା ଲାଗି ଏମ୍.ଜେ.ଆକବର ଓ ପ୍ରିୟା ରମାନୀଙ୍କୁ ନଭେମ୍ବର ୨୪ ପର୍ଯ୍ୟନ୍ତ ସମୟ ଦେଲେ କୋର୍ଟ

Published By : Prameya-News7 Bureau | November 21, 2020 IST

ନୂଆଦିଲ୍ଲୀ ୨୧।୧୧:  ପତ୍ରକାର ପ୍ରିୟା ରମାନୀଙ୍କ ବିରୋଧରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍.ଜେ.ଆକବର ରୁଜୁ କରିଥିବା ମାନହାନୀ ମାମଲାର ଶନିବାର ଶୁଣାଣି ହୋଇଛି। ଦିଲ୍ଲୀ ଅତିରିକ୍ତ ମୁଖ୍ୟ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍‌ ରବୀନ୍ଦ୍ର କୁମାର ପାଣ୍ଡେୟା ମାମଲାର ଶୁଣାଣି କରି ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ଲାଗି କୌଣସି ସମ୍ଭାବନା ଅଛି କି ବୋଲି ପ୍ରଶ୍ନ କରିଛନ୍ତି।

{"id":365455,"width":576,"height":413,"sizeSlug":"large"}

ଦେଶରେ ୨୦୧୮ ମିଁ ଠୁ ! ଅଭିଯାନ କାଳରେ ବରିଷ୍ଠ ସାମ୍ବାଦିକ ତଥା ରାଜନେତା ଏମ.ଜେ.ଆକବରଙ୍କ ବିରୋଧରେ ମହିଳା ସାମ୍ବାଦିକ ପ୍ରିୟା ରମାନୀ ଯୌନ ଦୂରାଚାରର ଅଭିଯୋଗ ଆଣିଥିଲେ। ମହିଳା ସାମ୍ବାଦିକଙ୍କ ଏପରି ସ୍ୱୀକାରୋକ୍ତିକୁ ନେଇ ସେତେବେଳେ ଦେଶରେ ଚର୍ଚ୍ଚାର ଝଡ଼ ସୃଷ୍ଟି ହୋଇଥିଲା। ଘଟଣାରେ ପ୍ରିୟା ରମାନୀଙ୍କ ବିରୋଧରେ ଏମ.ଜେ. ଆକବର ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ।

{"id":365456,"width":577,"height":414,"sizeSlug":"large"}

ତେବେ ଆକବରଙ୍କ ବିରୋଧରେ ଲଗାଇଥିବା ଆରୋପ ନେଇ ରମାନୀ ସେତେବେଳେ ତାଙ୍କର ଏହି ସତ୍ୟତା ଜନସ୍ୱାର୍ଥ ଲାଗି ସାମ୍ନାକୁ ଆଣିଛନ୍ତି ବୋଲି କହିଥିଲେ। ମାମଲାରେ ଶନିବାର ମାଜିଷ୍ଟ୍ରେଟ୍ ଚୂଡାନ୍ତ ଶୁଣାଣି କରି  ଉଭୟପକ୍ଷଙ୍କ ମଧ୍ୟରେ ବୁଝାମଣାର କୌଣସି ସମ୍ଭାବନା ଅଛିକି ବୋଲି ପ୍ରଶ୍ନ କରିଛନ୍ତି। ଯଦି ବୁଝାମଣା ବିନ୍ଦୁରେ ସେପରି କିଛି ସମ୍ଭାବନା ଥାଏ ତେବେ ଚୂଡ଼ାନ୍ତ ଶୁଣାଣି ପୂର୍ବରୁ ନଭେମ୍ବର ୨୪ ତାରିଖ  ସୁଧା କୋର୍ଟରେ ଜବାବ ରଖିବା ଲାଗି ଉଭୟ ପକ୍ଷଙ୍କୁ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.