Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପୁଣି ନିରାଶ ହେଲେ ଆର୍ଯ୍ୟନ, ମିଳିପାରିଲାନି ଜାମିନ୍‌, ୨୮ ତାରିଖରେ ହେବ ଶୁଣାଣି

27/10/2021 at 5:46 PM

ମୁମ୍ୱାଇ, ୨୭/୧୦: ବହୁ ଚର୍ଚ୍ଚିତ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହରୁଖ ଖାନ୍‌ଙ୍କ ପୁଅ ଅର୍ଯ୍ୟନଙ୍କୁ ପୁଣି ଆଜି ମିଳି ପାରିଲାନି ଜାମିନ୍‌ । ପୂର୍ବଥର ପରି କୋର୍ଟ ଆଜି ମଧ୍ୟ ଜାମିନ୍‌କୁ ନେଇ ଶେଷ ଶୁଣାଣି କରି ନାହାନ୍ତି । ଆସନ୍ତା କାଲି ଅର୍ଥାତ ୨୮ ତାରଖରେ ପୁଣିଥରେ କୋର୍ଟ ଏହି ଜାମିନ୍‌ ଆବେଦନର ଶୁଣାଣି କରିବେ ବୋଲି କହିଛନ୍ତି ।

ଅରବାଜ୍‌ ମର୍ଚାଣ୍ଟଙ୍କ ତରଫରୁ ଅମିତ୍ ଦେଶାଇ କୋର୍ଟରେ ପକ୍ଷ ରଖିଥିଲେ । ସେ କୋର୍ଟରେ କହିଥିଲେ ଯେ, ଆର୍ଯ୍ୟନ, ଅର୍‌ବାଜ ଓ ମୁନ୍‌ମୁନ୍‌ କେବଳ ଡ୍ରଗ୍ସ ନେବା ପାଇଁ ଆସିଥିଲେ । ସେମାନଙ୍କର ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା । ଡ୍ରଗ୍ସ କେବଳ ବ୍ୟକ୍ତିଗତ ବ୍ୟବହାର ପାଇଁ ସେମାନଙ୍କ ପାଖରେ ଥିଲା । ଏହାଛଡ଼ା ଦେଶାଇ ଆହୁରି ମଧ୍ୟ କୋର୍ଟରେ କହିଥିଲେ ଯେ, ପ୍ରଥମ ରିମାଣ୍ଡରେ କୌଣସି କନ୍ସପେରାନ୍ସିର କଥା କୁହାଯାଇନଥିଲା ।

ପରେ କୋର୍ଟକୁ କୁହାଯାଇଥିଲା ଯେ କ୍ରୁଜ୍‌ରେ ଡ୍ରଗ୍ସକୁ ନେଇ ଯୋଜନା ହୋଇଥିଲା ଯେଉଁଥିପାଇଁ ୮ ଜଣଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ସେଠାରେ ଏପରି କିଛି ହୋଇନଥିଲା। ଯେଉଁ ମାମଲାରେ ଆମେ ୨୦ ଦିନରୁ ଅଧିକ ଜେଲରେ ବିତାଇଛନ୍ତି ଆର୍ଯ୍ୟନ, ସେହି ମାମଲାରେ ଆଜି ପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ । ସେ କହିଛନ୍ତି ଯେ ଆମେ କେବଳ ୧ ବର୍ଷ ଦଣ୍ଡନୀୟ ଅପରାଧରେ ଜାମିନ ମାଗୁଛୁ। ହେଲେ ଆଜି ଏହାର ବିଚାର ହୋଇପାରି ନାହିଁ । ଯାହାଫଳରେ ଆସନ୍ତାକାଲିକୁ ଶୁଣାଣି କରାଯିିବା ନେଇ କୋର୍ଟ କହିଛନ୍ତି ।

ପୂର୍ବରୁ ଆର୍ଯ୍ୟନଙ୍କ ଜାମିନ ଆବେଦନ ଉଭୟ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଏବଂ ସେସନ କୋର୍ଟ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା। ଅକ୍ଟୋବର ୨୦ ରେ ଏନଡିପିଏସ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ, ଏହା ପରେ ଆର୍ଯ୍ୟନ ଖାନଙ୍କ ଓକିଲ ସତୀଶ ମାନଶିନ୍ଦେଙ୍କ ନେତୃତ୍ୱରେ ତାଙ୍କ ଟିମ୍ ହାଇକୋର୍ଟରେ ପହଞ୍ଚିଥିଲେ। କୋର୍ଟ ଅକ୍ଟୋବର ୨୬କୁ ଶୁଣାଣି ତାରିଖ ଦେଇଥିଲେ। ହେଲେ ତାହାକୁ ସ୍ଥଗିତ ରଖା ଯାଇଥିଲା ।

   Related Posts