Thursday, June 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ ଚଳଚ୍ଚିତ୍ର ନିଷିଦ୍ଧ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

ନୂଆଦିଲ୍ଲୀ ୧୦|୧:  ‘ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ ଚଳଚ୍ଚିତ୍ରକୁ ନିଷିଦ୍ଧ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଯାଇଛି । ଏହି ଫିଲ୍ମଟି ପ୍ରଧାନମନ୍ତ୍ରୀ ଭଳି ସାମ୍ବିଧାନିକ ପଦକୁ ଅସମ୍ମାନିତ କରୁଛି ବୋଲି ଅଭିଯୋଗ କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା । ତେବେ ବିଚାରପତି ରାଜେନ୍ଦ୍ର ମେନନ୍ ଏବଂ ବିଚାରପତି ଭିକେ ରାଓଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିଛନ୍ତି ଆବେଦନକାରୀଙ୍କ ଏଭଳି ଆବେଦନ କରିବା ନେଇ କୌଣସି ଅଧିକାର ନାହିଁ ଏବଂ ଏଥିରେ ବ୍ୟକ୍ତିଗତ ସ୍ବାର୍ଥ ଜଡ଼ିତ ରହିଛି ।

283 Views

   ସମ୍ବନ୍ଧିତ ଖବର