Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ବଢ଼ିଲା ରାଜ କୁନ୍ଦ୍ରାଙ୍କ ଅଡୁଆ: ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

28/07/2021 at 3:58 PM

ମୁମ୍ବାଇ ୨୮/୦୭ : ପର୍ଣ୍ଣ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢ଼ିବାରେ ଲାଗିଛି। ବମ୍ବେ ହାଇକୋର୍ଟ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ପର୍ଣ୍ଣ ଭିଡିଓ ପ୍ରସ୍ତୁତ ତଥା କିଛି ଆପ୍ ଜରିଆରେ ତାର ପ୍ରଦର୍ଶନ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ରାଜ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ରିୟାନ୍ ଥର୍ପେ ଜାମିନ ଆବେଦନ କରିଥିଲେ, ଯାହା କୋର୍ଟ ଖାରଜ କରିଛନ୍ତି। କୋର୍ଟର ଏହି ନିଷ୍ପତ୍ତି ପରେ ରାଜ କୁନ୍ଦ୍ରାଙ୍କୁ ଆଉ କିଛି ଦିନ ଜେଲରେ ପଛରେ ରହିବାକୁ ପଡ଼ିବ।

ଏକ ନ୍ୟୁଜ୍ ଏଜେନ୍ସି ସୂଚନା ଅନୁଯାୟୀ ମୁମ୍ବାଇର ଏସପ୍ଲାନେଡ୍ କୋର୍ଟ ରାଜ କୁନ୍ଦ୍ରା ଏବଂ ରିଆନ୍ ଥର୍ପେଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।

ଏହାପୂର୍ବରୁ ମଙ୍ଗଳବାର ଜୁଲାଇ ୨୭ରେ ମୁମ୍ବାଇର କିଲା କୋର୍ଟ ରାଜ କୁନ୍ଦ୍ରଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ମଙ୍ଗଳବାର ଦିନ ଶୁଣାଣି ବେଳେ ପୋଲିସ ରାଜ କୁନ୍ଦ୍ରାଙ୍କୁ ୭ ଦିନ ହେପାଜତ ଦାବି କରିଥିଲା। ତେବେ କୋର୍ଟ ତୃତୀୟ ଥର ପାଇଁ ରିମାଣ୍ଡରେ ନେବାକୁ ମନା କରି ଦେଇଛନ୍ତି। ପୋଲିସ କୋର୍ଟଙ୍କୁ କହିଥିଲା ଯେ ରାଜ କୁନ୍ଦ୍ରାଙ୍କ ସିଟିବ୍ୟାଙ୍କ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଡେବିଟ୍ ଆକାଉଣ୍ଟ ଫ୍ରିଜ୍ କରାଯାଇଛି।

   Related Posts