ଉପଜିଲ୍ଲାପାଳ ଏବଂ ତାଙ୍କ କୋର୍ଟର ସରକାରୀ ଓକିଲଙ୍କୁ ଗିରଫ ଦାବି, ଉଦଳା ଓକିଲ ସଂଘର କୋର୍ଟ ବନ୍ଦ

Published By : Prameya-News7 Bureau | November 03, 2021 IST

ଉଦଳା ୩।୧୧: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ଏବଂ ତାଙ୍କ କୋର୍ଟର ସରକାରୀ ଓକିଲଙ୍କୁ ଗିରଫ ଦାବିରେ ଉଦଳା ଓକିଲ ସଂଘ ପକ୍ଷରୁ କୋର୍ଟ, କଚେରୀ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ କରିଛି ।  କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳ ଭଗବାନ ବହେରାଙ୍କ ନିଜସ୍ବ କୋର୍ଟରେ କୌଣସି କେଶର ଶୁଣାଣି ହୋଇ ନଥିବା ବେଳେ ସେ ନେଇ ଲକ୍ଷ ଲକ୍ଷ ଟଙ୍କା ଉପଜିଲ୍ଲାପାଳ ଚଳୁ କରିଥିବାର ଅଭିଯୋଗ କରିଛନ୍ତି ଓକିଲ । ଯାହାକୁ ନେଇ ଉଦଳା କୋର୍ଟରେ ଏତଲା ଦିଆଯିବା ପରେ ଏହି ଘଟଣାରେ ଉପଜିଲ୍ଲାପାଳ ଏବଂ ସରକାରୀ ଓକିଲଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ଦାୟର ହୋଇଥିଲା । ଏହା ସହିତ ସେମାନଙ୍କ ବିରୋଧରେ ସାଂଘାତିକ ଦଫା ମଧ୍ୟ ଲାଗିଛି ।

ହେଲେ ଉପଜିଲ୍ଲାପାଳ ଭଗବାନ ବହେରା ଏବଂ ଓକିଲ ପ୍ରତିମା ସାହୁଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଦୁଇ ଜଣଙ୍କ ନାମରେ ଥାନାରେ ମାମଲା ହୋଇଥିଲେ ସୁଦ୍ଧା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହାକୁ ଆଧାର କରି ଉଦଳା ଓକିଲ ସଂଘ ପକ୍ଷରୁ ଉଦଳା କୋର୍ଟ ବନ୍ଦ କରାଯିବା ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, କଚେରୀ ଆଦି ବନ୍ଦ ରହିଥିଲା । ତେବେ ଓକିଲଙ୍କ ଦାବି ପୂରଣ ନ ହଲେ ଆଗାମୀ ଦିନରେ ଜିଲ୍ଲାସ୍ତରରେ ଏବଂ ପରେ ରାଜ୍ୟସ୍ତରରେ ଆନ୍ଦୋଳନକୁ ଓକିଲ ସଂଘ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.