ଦୁର୍ନୀତି ମାମଲାରେ ତିନି ପୂର୍ବତନ ମୁଖ୍ୟଙ୍କ ବିରୋଧରେ କ'ଣ କରିଛ ଆକ୍ସନ ? ସିବିଆଇକୁ ପ୍ରଶ୍ନ କଲେ କୋର୍ଟ

Published By : Prameya-News7 Bureau | September 28, 2020 IST

ନୂଆଦିଲ୍ଲୀ, ୨୮|୦୯  :  ସିବିଆଇକୁ ପ୍ରଶ୍ନ କଲେ ଦିଲ୍ଲୀର ଏକ କୋର୍ଟ । ୨୦୧୭ରେ ଲାଞ୍ଚ ମାମଲାରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଂଜିତ ସିହ୍ନା, ଏପି ସିଂ ଓ ଆଲୋକ ବର୍ମାଙ୍କୁ କଣ ପାଇଁ ଜେରା କଲା ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

ସୂଚନାନୁସାରେ, ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଂଜିତ ସିହ୍ନା, ଏପି ସିଂ ଓ ଆଲୋକ ବର୍ମାଙ୍କ ବିରୋଧରେ ଲାଞ୍ଚ ମାମଲା ରୁଜୁ ହୋଇଥିଲା । ସେମାନେ ମାଂସ ବ୍ୟବସାୟୀ ମୋଇନ କ୍ୟୁରେସୀଙ୍କଠୁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏହାସହ ଆହୁରି ଅଭିଯୋଗ ହୋଇଥିଲା ଯେ, କ୍ୟୁରେସୀ ଏପି ସିଂଙ୍କୁ ସାହାଯ୍ୟ କରିଥିଲେ, ଯିଏ କି ୨୦୧୨ରେ ସିବିଆଇ ନିର୍ଦ୍ଦେଶକ ଭାବେ ଅବସର ନେଇଥିଲେ ।

{"id":335680,"width":568,"height":232,"sizeSlug":"large"}

ସିବିଆଇର ସ୍ୱତନ୍ତ୍ର କୋର୍ଟର ଜଜ୍ ସଞ୍ଜୀବ ଅଗ୍ରଓ୍ୱାଲ ତଦନ୍ତକାରୀ ସଂସ୍ଥାକୁ  ଅନେକ ପ୍ରଶ୍ନ ପଚାରିଥିଲେ । କୋର୍ଟ କହିଥିଲେ ଯେ, ସିବିଆଇ ନିଜର ପୂର୍ବତନ ନିର୍ଦ୍ଦେଶକଙ୍କୁ ଅନୁକମ୍ପା ଦେଖାଇଛି । ସେମାନଙ୍କ ମାମଲାକୁ ଲୁଚାଉଛି । ତଦନ୍ତକୁ ଆଗକୁ ବଢାଇବା ପାଇଁ ଇଚ୍ଛୁକ ନଥିବା ଭଳି ଲାଗୁଛି । ଏପି ସିଂ ଓ ରଂଜିତ ସିହ୍ନାଙ୍କ ଭୂମିକା ସନ୍ଦେହଜନକ ରହିଛି । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ଆବଶ୍ୟକ । ସ୍ୱଚ୍ଛ ତଦନ୍ତର ଆବଶ୍ୟକତା ରହିଛି । କୋର୍ଟ ଆହୁରି କହିଥିଲେ ଯେ, ସିବିଆଇକୁ ତାର ପୂର୍ବ ଛବି ଫେରାଇ ଆଣିବାକୁ ହେବ । ଏକ ସମୟରେ ଦୁଇ ପୂର୍ବତନ ନିର୍ଦ୍ଦେଶକଙ୍କ ଜେରା କରି ସିବିଆଇ ସଚ୍ଚୋଟତା ପ୍ରମାଣ କରୁ । ଏହାସହ ପୂର୍ବତନ ନିର୍ଦ୍ଦେଶକଙ୍କ ଜେରା, ପଚରା ଉଚରା କଣ ପାଇଁ ହୋଇନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ତଦନ୍ତକୁ ବନ୍ଦ କରିବା ପାଇଁ ଆଲୋକ ବର୍ମାଙ୍କ ଭୂମିକାକୁ ଯାଞ୍ଚ୍ କରାଯାଇଛି ନା ନାହିଁ ବୋଲି ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି ।

{"id":335684,"sizeSlug":"large"}

ଏହାର ଉତ୍ତର ଦେଇ ଗତ ୨୬ ତାରିଖରେ ସିବିଆଇ କୋର୍ଟରେ କହିଥିଲା ଯେ, ଏବେସୁଦ୍ଧା ୫୪୪ଟି ଦସ୍ତାବିଜକୁ ଏକାଠି କରାଯାଇଛି । ୬୩ଜଣ ସାକ୍ଷୀଙ୍କୁ ଯାଞ୍ଚ୍ କରାଯାଇଛି । ଏହାସହ ତଦନ୍ତକାରୀ ଅଫିସର ଦବିନ୍ଦର କୁମାର ମୋଇନ କ୍ୟୁରେସୀ, ପ୍ରଦୀପ କୋନେର, ଆଦିତ୍ୟ ଶର୍ମା ଓ ସତିଶ ବାବୁଙ୍କୁ ଗିରଫ କରିବାକୁ ପ୍ରସ୍ତାବ ଦିଆଯାଇଛି । ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ । ଏବେବି ଅନେକ ସାକ୍ଷୀଙ୍କ ବୟାନ ରେକର୍ଡ ବାକି ଅଛି । ଏହି ମାମଲାର ଶୁଣାଣି ଏବେ ଅକ୍ଟୋବର ୨୭ରେ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.