Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେବ ବଙ୍ଗୋମୁଣ୍ଡା ପୋଲିସ, ଅନୁମତି ଦେଲେ କୋର୍ଟ

20/10/2021 at 4:26 PM

ବଲାଙ୍ଗୀର ୨୦।୧୦: କଳାହାଣ୍ଡି ମହାଲିଙ୍ଗ୍ ସନସାଇନ୍‌ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷାଙ୍କ ମର୍ଡର ମିଷ୍ଟ୍ରିର ଖୁଲାସା । ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୫ ଦିନିଆ ରିମାଣ୍ଡରେ ନେବ ବଙ୍ଗୋମୁଣ୍ଡା ପୋଲିସ । ଗୋବିନ୍ଦଙ୍କୁ ରିମାଣ୍ଡରେ ନେବାକୁ ଜେଏମଏଫସି କୋର୍ଟରୁ ରିମାଣ୍ଡ ଅନୁମତି ମିଳିଛି ।

ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମର୍ଡର ମିଷ୍ଟ୍ରିର ହେଲା ଖୁଲାସା । ଗୋବିନ୍ଦ ସାହୁ ହିଁ ହତ୍ୟାକାରୀ । ଯୋଜନାବଦ୍ଧ ଭାବେ ମମିତାଙ୍କୁ ହତ୍ୟା କରିଛି ଗୋବିନ୍ଦ । ଏନେଇ ବଲାଙ୍ଗୀର ପ୍ରେସମିଟ୍ ଜରିଆରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ।

ଡିଆଇଡି କହିଛନ୍ତି, ମମିତା ମେହେରଙ୍କୁ ଗୋବିନ୍ଦ ସାହୁ ହିଁ ହତ୍ୟା କରିଛି । ହତ୍ୟା ମାମଲାରେ ପ୍ରାଥମିକ ତଦନ୍ତ ସରିଛି । ମମିତାଙ୍କୁ କାର୍‌ ଭିତରେ ହତ୍ୟା କରାଯାଇଛି । ତଣ୍ଟି ଚିପି ହତ୍ୟା ନା ଅନ୍ୟ ଉପାୟରେ ହତ୍ୟା କରାଯାଇଛି ସ୍ପଷ୍ଟ ହୋଇନି । ଗୋବିନ୍ଦ ନିଜ ପରକୀୟା ପ୍ରୀତି ପ୍ରଘଟ ହେବା ଆଶଙ୍କାରେ ହତ୍ୟା କରିଛି ।

ହତ୍ୟା ପରେ କାର୍‌ରେ ମୃତଦେହ ନିଆଯାଇଥିଲା । କାର୍‌ରେ ମୃତଦେହକୁ ମହାଲିଙ୍ଗକୁ ନେଇଥିଲେ ଦୁର୍ବୃତ୍ତ । ସେଠାରେ କାର୍ଡ ବୋର୍ଡ ଓ ଟାୟାର ଜାଳି ମୃତଦେହ ପୋଡି ଦେଇଥିଲେ । ଏହାପରେ ଷ୍ଟାଡିୟମ ପରିସରରେ ପୋତି ଦେଇଥିଲେ ପୋଡା ମୃତଦେହ ।  

ଭବାନୀପାଟଣା ସ୍ଥାନୀୟ ଅଞ୍ଚଳରେ ୪୫ରୁ ୬୦ କିମି ଯାଏ CCTV ଯାଞ୍ଚ କରିଥଲା ପୋଲିସ । ସିସିଟିଭି ଫୁଟେଜ ଜରିଆରେ ଅନେକ ତଥ୍ୟ ହାସଲ ହୋଇଛି । ଯଥେଷ୍ଟ ପ୍ରମାଣ ଆଧାରରେ ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତରୁ ଅନେକ ତଥ୍ୟ ମିଳିଛି । ଆହୁରି କିଛି ତଥ୍ୟ ମିଳିବ ବୋଲି ଆଶଙ୍କା କରାଯାଉଛି ବୋଲି ଡିଆଇଜି କହିଛନ୍ତି । ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି ହେବ, ଖୁବଶୀଘ୍ର ଚାର୍ଜସିଟ୍ କରାଯିବ । ଅଧିକ ପଚରାଉଚରା ପାଇଁ ରିମାଣ୍ଡ ଆବେଦନ କରାଯାଇଛି ବୋଲି ଡିଆଇଜି କହିଛନ୍ତି ।

   Related Posts