Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ନିଷିଦ୍ଧ ଇସ୍ଲାମ ସଙ୍ଗଠନ ସମ୍ପର୍କିତ ୨୦ ବର୍ଷ ପୁରୁଣା ମାମଲାରେ ୧୨୭ ଜଣଙ୍କୁ ନିର୍ଦ୍ଦୋଷରେ ମୁକ୍ତ କଲେ କୋର୍ଟ

7/03/2021 at 7:40 PM

ସୁରଟ ୭।୩: ଭାରତରେ ନିଷିଦ୍ଧ ଷ୍ଟୁଡେଣ୍ଟ ଇସ୍ଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ (ସିମି) ସହ ସମ୍ପର୍କ ଯୋଗୁ ୨୦ ବର୍ଷ ପୂର୍ବେ ଗିରଫ ହୋଇଥିବା ୧୨୭ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି। ପୋଲିସ ୨୦୦୧ ମସିହାରେ ସୁରଟର ବିଭିନ୍ନ ସ୍ଥାନରୁ ଏମାନଙ୍କୁ ଗିରଫ କରିଥିଲା। ସନ୍ଦିଗ୍ଧ ଗତିବିଧି ଅଭିଯୋଗରେ ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ଉପଲବ୍ଧ କରିନଥିଲା। ଏଣୁ ସାକ୍ଷ ଓ ପ୍ରମାଣ ଅଭାବ କାରଣରୁ କୋର୍ଟ ସେମାନଙ୍କୁ ମୁକ୍ତ କରିଛନ୍ତି।

ଗିରଫ ଅଭିଯୁକ୍ତମାନେ ଅନେକ ଦିନରୁ କୋର୍ଟରୁ ଜାମିନ ପାଇ ମୁକୁଳି ସାରିଥିଲେ। ଏମାନଙ୍କ ମଧ୍ୟରୁ ଇତି ମଧ୍ୟ ୫ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଛି। ହେଲେ ମୋକଦ୍ଦମା ତୁଟି ନଥିଲା।  ପୋଲିସ ଅଭିଯୋଗ ଅନୁସାରେ ଗିରଫ ସମସ୍ତ ଇସ୍ଲାମିକ କାର୍ଯ୍ୟକର୍ତ୍ତା ୨୦୦୧ ସୁରଟ ଜୟଶ୍ରୀ ହଲ ସେମିନାରରୁ ଗିରଫ ହୋଇଥିଲେ। ଏଠାରେ ସଂଖ୍ୟାଲଘୁଙ୍କ ଶିକ୍ଷା ସମ୍ପର୍କିତ ଏକ ୩ ଦିନିଆ କର୍ମଶାଳାରେ ଯୋଗଦେବାକୁ ଦେଶର ବିଭିନ୍ନ ସହରରୁ ଏହି ୧୨୭ ଜଣ ସେଦିନ ସେଠାକୁ ଆସିଥିଲେ। ସେମାନଙ୍କୁ ପୋଲିସ ନିଷିଦ୍ଧ ସିମି ସଙ୍ଗଠନ ସହ ସମ୍ପୃକ୍ତି ଅଭିଯୋଗରେ ଗିରଫ କରିଥିଲା।

ପୋଲିସ ଏମାନଙ୍କୁ ସିମି ସମ୍ପର୍କ ଲାଗି ରାତି ୨ଟାରେ ଚଢଉ କରି ଗିରଫ କରିଥିଲା। ତେବେ ଆଇନ ଅନୁସାରେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ କୌଣସି ମୋକଦ୍ଦମା ହୋଇପାରିନଥିଲା। ଏହା ଛଡା ଏମାନେ ନିଷିଦ୍ଧ ସଙ୍ଗଠନ ସିମି ସହ ସମ୍ପର୍କିତ ସେ ନେଇ ପୋଲିସ ମଧ୍ୟ ମଜଭୁତ ପ୍ରମାଣ ମଧ୍ୟ ଯୋଗାଡ କରିପାରିନଥିଲା। ପୋଲିସ ସେମାନଙ୍କୁ କୋର୍ଟରେ ହାଜର କରିବାର ପ୍ରାୟ ୧ ବର୍ଷ ୧୨୭ ଜଣ ଜେଲରେ ବନ୍ଦୀ ଥିଲେ। ପରେ କୋର୍ଟ ସେମାନଙ୍କୁ ଜାମିନ ମଞ୍ଜୁର କରିଥିଲେ।

ମାମଲାରେ ୨୭ ଜଣ କୋର୍ଟ ରେ ସାକ୍ଷା ମଧ୍ୟ ଦେଇଥିଲେ। ତେବେ ଏହି ମାମଲାରେ ସିମି ଦେଶରେ ନିଷିଦ୍ଧ ହେବା ପୂର୍ବରୁ ଏହାର ଅଧ୍ୟକ୍ଷ ଥିବା ଅଲିଫ ଭାଇ ସାଜିଦ ଭାଇ ମନସୁରି ସେମିନାର ଲାଗି କେବଳ ହଲ ବୁକିଂ କରିଥିବା ଛଡା ଅନ୍ୟ କୌଣସି ପ୍ରମାଣ ମିଳିନଥିଲା।

   Related Posts