Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବିଧାୟକଙ୍କୁ ଆଜୀବନ ଜେଲ୍

21/12/2018 at 9:44 PM

ପାଟନା ୨୧/୧୨- ଆଇନର ଗଳାବାଟଦେଇ ଅନେକ ସମୟରେ  ବହୁତଲୋକ ଖସିଯାଇଥାନ୍ତି । କ୍ଷମତାର ଅପବ୍ୟବହାର ହେଉ କିମ୍ଵା ଅର୍ଥବଳରେ କେହିକେହି ନିଜକୁ ଅଳ୍ପସମୟର ବ୍ୟବଧାନ ପାଇଁ ଦୋଷମୁକ୍ତ କରିଥାନ୍ତି । ହେଲେ ସତ ଘଟଣାକୁ ଲୁଚାଇବା ସମ୍ଭବ ହୋଇପାରେନି ସବୁବେଳେ ।

ରାଷ୍ଟ୍ରୀୟ ଜନତାଦଳରୁ ନିଲମ୍ବିତ ହୋଇଥିବା ଜଣେ ବିଧାୟକଙ୍କୁ ମିଳିଛି ୧୦ ବର୍ଷ ସଜ୍ଜା । ସେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ହୋଇଛନ୍ତି ଦୋଷୀ ସାବ୍ୟସ୍ତ ।  ପାଟଣାର ପୂର୍ବତନ  ସାଂସଦ ତଥା ବିଧାୟକ ରାଜବଲ୍ଲଭ ଯାଦବକୁ ବିହାରର ଗୋଟିଏ କୋର୍ଟ ଶୁଣାଇଛି ଦଣ୍ଡ ।

ଏହି ମାମଲାରେ କୋର୍ଟ ମଧ୍ୟ ଆହୁରି ୫ ଜଣଙ୍କୁ ୧୦ ବର୍ଷ ଲେଖାଏଁ ଦଣ୍ଡ ବିଧାନ କରିଛି ।

ରାଜବଲ୍ଲଭ ଯାଦବ ନବାଦାର ରାଜଦ ବିଧାୟକ ଭାବେ ଜିତିଥିଲେ । ଜଣେ କିଶୋରୀକୁ ଦୁଷ୍କର୍ମ କରିବାର ଅଭିଯୋଗ ଆସିଥିଲା ତାଙ୍କ ବିରୋଧରେ । ଏହି ଘଟଣାଟି ଫେବୃଆରୀ ୬ ତାରିଖ ୨୦୧୬ରେ ବିଧାୟକ ଦୁଷ୍କର୍ମ କରଥିବା ଅଭିଯୋଗ ହୋଇଥିଲା । ଜଣେ ମହିଳା ଏହି ଘଟଣାର ହାତଥିବା କଥା ପୀଡ଼ିତା କହିଥିଲେ । ମହିଳା ଜଣକ ଫୁସୁଲେଇ ବିଧାୟକଙ୍କ ଘରକୁ ଡ଼ାକିନେଇଥିଲେ ।ସେଠାରେ ବିଧାୟକଙ୍କ ସମେତ ଆଉ ଚାରିଜଣ ତାଙ୍କୁ ବଳାତ୍କାର କରିଥିବା କଥା ମାମଲାରେ ପୀଡ଼ିତା  ଦର୍ଶାଇଥିଲେ ।

ଏହି ଘଟଣାରେ ଆଉ ୪ଜଣକୁ କୋର୍ଟ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛି ।

   Related Posts