Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଆଧୁନିକ ଯୁଗରେ ମାନବିକତାର ଜ୍ବଳନ୍ତ ନମୁନା : ଅନାଥ ଝିଅର କନ୍ୟାଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କଲେ ଯଦୁ ସାର୍ ଏବଂ ତାଙ୍କ ପତ୍ନୀ

29/04/2019 at 6:45 PM

  ସୁନ୍ଦରଗଡ଼ ୨୯/୪: ଆଧୁନିକ ଯୁଗରେ ମଣିଷ ପଣିଆ ହଜିଯାଉଛି । ଚାକଚକ୍ୟ ଜୀବନ ଭିତରେ  ଦେଖିବାକୁ ମିଳୁନି ଉଦାରତା କି ମାନବିକତା । ତେବେ ସବୁ ମଣିଷ ସେମିତି ନୁହଁନ୍ତି । ବ୍ୟତିକ୍ରମ ବି ଅଛନ୍ତି । ରାଉରକେଲା ଛେଣ୍ଡ କଲୋନୀରେ ରହୁଥିବା  ଯଦୁନାଥ ସାର ଏବଂ ତାଙ୍କ ପତ୍ନୀ ଏକ ଅନାଥ ଝିଅର କନ୍ୟାଦାନ କରି ସମାଜ ପାଇଁ ଉଦାହରଣ ସାଜିଛନ୍ତି ।

ବିବାହ ବେଦୀରେ ଅନୀତା ।ମଥାରେ କୁଙ୍କୁମ, ମୁଣ୍ଡରେ ନାଲି ଓଢ଼ଣୀ । କନିଆ ବେଶରେ ସଜେଇ ହୋଇଛି । ରାଉରକେଲା ଛେଣ୍ଡ ସ୍ଥିତ ଧାମରା ମଣ୍ଡପରେ ଧୁମ୍‌ ଧାମରେ ହୋଇଛି ଅନୀତାର ବାହାଘର । ଆଉ ଅନାଥ ଝିଅ ଅନୀତାର କନ୍ୟାଦାନ କରିଛନ୍ତି  ଅବସରପ୍ରାପ୍ତ ଶିକ୍ଷକ ଯଦୁନାଥ ଦାସ ଏବଂ ତାଙ୍କ ପତ୍ନୀ କୌଶଲ୍ୟା । ସାଧାସିଧା ଜୀବନ ବିତାଇଥିବାରୁ ଭଳ ପାଉଥିବା ଯଦୁନାଥ ସାର୍ ସ୍ବଭାବରେ ସରଳ ଏବଂ ପରୋପୋକାରୀ । ଖାଲି ଅନୀତାକୁ ବିବାହ ଦେଇନାହାଁନ୍ତି, ତା ସାନ ଭାଇକୁ ମଧ୍ୟ ପାଠ ପଢ଼ାଉଛନ୍ତି ।

ବରଗଡ଼ ବିଜେପୁର ଝିଅ ହେଉଛି ଅନୀତା । ଅଭାବ ଅନଟନ ଯୋଗୁଁ ୨୦୧୩ରେ ବାପା-ମା ଜୀବନ ହାରିଲେ । ଗଣମାଧ୍ୟମରୁ ନାବାଳିକା ଅନୀତା ଏବଂ ତା ସାନ ଭାଇ ସଂପର୍କରେ ଜାଣି  ଯଦୁନାଥ ସାର୍ ଏବଂ ଏବଂ ପତ୍ନୀ କୌଶଲ୍ୟା ପହଞ୍ଚିଥିଲେ ବିଜେପୁରରେ । ଅନୀତାର ସାନ ଭାଇକୁ ନୂଆପଡ଼ା ଗୁରୁକୁଳରେ ପାଠ ପଢ଼ାଇବା ସହ ଅନୀତା ପାଇଁ ଛୋଟିଆ ବ୍ୟବସାୟର ବ୍ୟବସ୍ଥା କରିଦେଲେ । ଆଉ ବିବାହ ବୟସ ହେବାରୁ ତା’ ପାଇଁ ଉପଯୁକ୍ତ ବରପାତ୍ରଟିଏ ଖୋଜି କନ୍ୟାଦାନ କରିଛନ୍ତି ।

   Related Posts