କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ଧର୍ମ ପରିବର୍ତ୍ତନ କରି ବିବାହ କରୁଥିବା ଦମ୍ପତ୍ତିଙ୍କୁ ଏବେ ୩୦ ଦିନର ନୋଟିସ୍ ଜରୁରୀ ନୁହେଁ

Published By : Prameya-News7 Bureau | January 14, 2021 IST

ନୂଆଦିଲ୍ଲୀ ୧୪/୦୧ : ଆଲ୍ଲାବାଦ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଶୁଣାଣି କରି ରାୟ ଶୁଣାଇଛନ୍ତି । କୋର୍ଟ ନିଜ ରାୟରେ କହିଛନ୍ତି, ବିଶେଷ ବିବାହ ଅଧିନିୟମ ୧୯୫୪ ଅନୁଯାୟୀ, ବିବାହ କରିବାକୁ ଚାହୁଁଥିବା ପୁଅ-ଝିଅ ନିଷ୍ପତ୍ତି ନେଇପାରିବେ ଯେ ସେମାନେ ୩୦ ଦିନିଆ ନୋଟିସ ପ୍ରକାଶ କରିବେ କି ନାହିଁ ।

ଜଷ୍ଟିସ୍ ବିବେକ୍‌ ଚୌଧୁରୀ କହିଛନ୍ତି, ‘ଯଦି ନୋଟିସ ଜାରି କରିବାର ପ୍ରାବଧାନ ଜାରି ରହେ ତେବେ ଏହା ମୌଳିକ ଅଧିକାର ଏବଂ ବ୍ୟକ୍ତିଗତ ଅଧିକାରରେ ହସ୍ତକ୍ଷେପ ହେବ’ । ୧୯୫୪ରେ ଜାରି ହୋଇଥିବା ଅଧିନିୟମ ଅର୍ନ୍ତ-ଜାତୀୟ ଏବଂ ଅର୍ନ୍ତ-ଧାର୍ମିକ ବିବାହ ସମ୍ବନ୍ଧିତ । ଏହା ଲୋକମାନଙ୍କୁ ନିଜର ଧର୍ମକୁ ପରିବର୍ତ୍ତନ ବିନା ମଧ୍ୟ ବିବାହ କରିବା ପାଇଁ ଅନୁମତି ଦେଇଛି ।

ଜଷ୍ଟିସ୍‌ ଅଭିଷେକ କୁମାର ପାଣ୍ଡେଙ୍କ ଦ୍ବାରା ରୁଜୁ କରାଯାଇଥିବା ବନ୍ଦୀ ପ୍ରତ୍ୟକ୍ଷୀକରଣ ଯାଚିକାର ଶୁଣାଣି କରୁଥିଲେ କୋର୍ଟ । ଯେଉଁଥିରେ ଅଭିଯୋଗ ଲଗାଯାଇଥିଲା ଯେ, ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି କି ତାଙ୍କ ପତ୍ନୀଙ୍କର ପିତା, ତାଙ୍କୁ ତାଙ୍କା ପତ୍ନୀଙ୍କ ସହ ରହିବାକୁ ମନାକରିଦେଇଛନ୍ତି । ମହିଳାଜଣକ ଉକ୍ତ ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ଇସଲାମ୍ ଧର୍ମରୁ ହିନ୍ଦୁ ଧର୍ମକୁ ପରିବର୍ତ୍ତିତ ହୋଇଥିଲେ ।

ତେବେ ବର୍ତ୍ତମାନ ଉକ୍ତ ମହିଳାଙ୍କ ପିତା ବିବାହକୁ ସ୍ବୀକାର କରିନେବା ସହ ମାମଲଶକୁ ବନ୍ଦ କରିବାକୁ କହିଥିଲେ । ଏହା ପରେ ଉକ୍ତ ଦମ୍ପତ୍ତି ଅଦାଲତକୁ କହିଥିଲେ ଯେ ସେମାନଙ୍କୁ ଦିଆଯାଇଥିବା ୩୦ ଦିନର ନୋଟିସକୁ ଅବଧିକୁ ରଦ୍ଦ କରାଯାଉ । କାରଣ ଏହା ଦ୍ବାରା ବ୍ୟକ୍ତି ସ୍ବାଧିନତା କ୍ଷୁର୍ଣ୍ଣ ହେଉଛି । ଏହାର ଶୁଣାଣି କରି ଆଲହାବାଦ ହାଇକୋର୍ଟ କହିଛନ୍ତି, ଭାରତରେ ବ୍ୟକ୍ତିଗତ ଆଇନକୁ ପାଥେୟ କରି ବିବାହ କରାଯାଇପାରିବ । ଯେଉଁଥିରେ କୌଣସି ବିବାହ ପାଇଁ ନୋଟିସ୍‌ କିମ୍ବା ଆପତ୍ତି ଉଠାଯାଇପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.