ନିଃସନ୍ତାନ ଦମ୍ପତି ଏହି ସାଇଟରେ ପଇସା ଖର୍ଚ୍ଚକରି ଦେଖନ୍ତି ସ୍ଫର୍ମ ଦେଉଥିବା ଲୋକର ପିଲାଦିନ ଫଟୋ, କାହିଁକି ଜାଣିବା ଆସନ୍ତୁ
18/01/2019 at 9:34 PM

ଦୁନିଆରେ ଅନେକ କଥା ଅଛି, ଜାଣିଲେ ଲାଗିବ ଆଶ୍ଚର୍ଯ୍ୟ । ଆପଣ ଏମିତି କିଛି କଥା ଶୁଣିଛନ୍ତି କି ? ଯାହା ଆଜି ହିଁ ପ୍ରଥମେ ଶୁଣିଲେ । ଆସନ୍ତୁ ଆଜି ଜାଣିବା ନୂଆକଥାଟିଏ, ଯାହା ଶୁଣିନାହାଁନ୍ତି କେବେ ।
ବ୍ରିଟେନର ନିଃସନ୍ତାନଙ୍କ ପାଇଁ ଏକ ଓ୍ଵେବସାଇଟ ଅଛି । ଯେଉଁ ଓ୍ଵେବସାଇଟରେ ସନ୍ତାନ ଜନ୍ମ ଦେଇପାରୁ ନଥିବା ଦମ୍ପତିଙ୍କ ପାଇଁ ରହିଥାଏ ବିଭିନ୍ନ ଲୋକଙ୍କ ସ୍ଫର୍ମଦାନ କରୁଥିବା ଲୋକଙ୍କ ନାଁ, ଠିକଣା ଓ ସବିଶେଷ ବିବରଣୀ ।

ଏହିସବୁ ଖବର ପ୍ରସାରଣ କରୁଥିବା ଓ୍ଵେବସାଇଟ ହେଲା କ୍ରୟୋସ । କ୍ରୟୋସ କିଛିଦିନ ହେଲା ଫଟୋ ଗ୍ୟାଲେରୀଟିଏ ନିଜ ଓ୍ଵେବସାଇଟ ସହ ଯୋଡ଼ିଛି । ଏଥିରେ ସ୍ଫର୍ମଦାନ କରୁଥିବା ଲୋକଙ୍କର ପିଲାଦିନ ଫଟୋସବୁ କରାଯାଇଛି ଅପଲୋଡ଼ । ଅନେକ ଦମ୍ପତିଙ୍କୁ ଅଧିକ ଟଂକା ଖର୍ଚ୍ଚ କରିଦେଖିବାକୁ ପଡ଼େ ଏହି ଫଟୋ । ଏହି ଫଟୋ ଦେଖିବାର ବିଶେଷତ୍ଵ ହେଲା ଯାହାର ପିଲାଦିନ ଫଟୋ ସୁନ୍ଦର ଥିବ, ସେହି ସ୍ଫର୍ମରୁ ଅଧିକ ସୁନ୍ଦର ପିଲା ଜନ୍ମ ହେବ । ଅଧିକ ଟଂକାଦେଇ ସ୍ଫର୍ମ କିଣୁଥିବା ଦମ୍ପତିଙ୍କ ପାଇଁ କଂପାନୀ ସାଇଟ୍ ଭିଜିଟ ପାଇଁ ରଖିଛି ଅଧିକ ଚାର୍ଜ ।
ଦେଖାଯାଇଛି ଏହି ସାଇଟ ପ୍ରତ୍ୟେକଦିନ ପେମେଣ୍ଟ ଦେଇ ମଧ୍ୟ ବହୁଳ ପରିମାଣରେ ବ୍ୟବହାର କରୁଛନ୍ତି ।
ଏହି ସାଇଟର ବିଶେଷତ୍ଵ ହେଲା ନିଃସନ୍ତାନ ଦମ୍ପତିମାନେ ସ୍ଫର୍ମଦାନ କରୁଥିବା ଲୋକର ସବିଶେଷ ଖବର ଜାଣିବା ସହିତ ପିଲାଦିନ ଫଟୋ ମଧ୍ୟ ଦେଖିପାରିବେ । ଏଥିପାଇଁ ଅଧିକ ପଇସା ବି ଖର୍ଚ୍ଚ୍ କରିବାକୁ ପଡ଼ିବ, ମାଗଣା ନୁହେଁ ।