ଝିଅମାନଙ୍କୁ ଅନୈତିକ କାର୍ଯ୍ୟରେ ଲଗାଉଥିବା ଦମ୍ପତି ଗିରଫ

Published By : Prameya-News7 Bureau | December 09, 2019 IST

ପୁରୀ ୦୯।୧୨ – ପୁରୀ ପୋଲିସ କ୍ବାର୍ଟର ଗଣଦୁଷ୍କର୍ମ ଘଟଣାର ରହସ୍ୟ ଧିରେ ଧିରେ ଜଟିଳ ହେଉଛି। ପୀଡ଼ିତା ୪ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ। ସଂପୃକ୍ତ ୪ ଜଣଙ୍କୁ ଗୋଟାଗୋଟା କରି ପୋଲିସ ଉଠାଇ ସାରିବା ପରେ ଆଜି ପୁଣି ୨ ଜଣଙ୍କୁ ଗିରଫ କରିଛି ।

{"id":195790,"sizeSlug":"large"}

 ରହସ୍ୟଜନକ ଭାବେ ଏକ ଦମ୍ପତିଙ୍କୁ ଗିରଫ କରିଛି । ସେମାନେ ହେଲେ ରଂଜିତ ପରିଡା ଓ ତାଙ୍କ ପତ୍ନୀ ସୌମ୍ୟା ସେଫାଳି ପରିଡା । ଏହି ଦୁଇ ଜଣ ଝିଅମାନଙ୍କୁ ଆଣି ବିଭିନ୍ନ ଅନୈତିକ କାର୍ଯ୍ୟରେ ଲଗାଉଥିବା ଜଣାପଡିଛି । ଦୁହେଁ ପୀଡିତାଙ୍କୁ ଭୁବେଶ୍ବରରୁ ପୁରୀ ଆଣିଥିବା କୁହାଯାଉଛି । ରଂଜିତ ନିଜକୁ ଜଣେ ସାମ୍ବାଦିକ ବୋଲି ପରିଚୟ ଦେଇଛନ୍ତି । ପୂର୍ବରୁ ଭୁବନେଶ୍ବର ମହିଳା ଥାନାରେ ତାଙ୍କ ନାଁରେ ମାମଲା ରହିଛି । ଏହି ଦୁଇ ଜଣକୁ ମିଶାଇ ଏ ପର୍ଯ୍ୟନ୍ତ ପୋଲିସ କ୍ବାର୍ଟର ଗଣଦୁଷ୍କର୍ମ ଘଟଣାରେ ୬ ଜଣକୁ ଗିରଫ କରାଗଲାଣି ।

{"id":195791,"sizeSlug":"large"}

ସୂଚନାଯୋଗ୍ୟ ନିମାପଡ଼ାରେ ବସ୍‌କୁ ଅପେକ୍ଷା କରିଥିବା ଜଣେ ନାବାଳିକାକୁ ଘରେ ଛାଡ଼ିଦେବାକୁ କହି ଗାଡ଼ିରେ ବସାଇ ନେଇଥିଲେ ୪ ଅଭିଯୁକ୍ତ । ପୁରୀ ସହରର ଝାଡ଼େଶ୍ବରୀ କ୍ଲବ୍‌ ନିକଟରେ ଏକ ପୋଲିସ କ୍ବାର୍ଟରରେ ଏହି ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା ।ସେମାନଙ୍କ ମଧ୍ୟରୁ ୨ ଜଣ ଅଭିଯୁକ୍ତ ପୂର୍ବରୁ ଗିରଫ ହୋଇଥିଲେ ।ଘଟଣା ଡିସେମ୍ବର ୨ ତାରିଖରେ

{"id":195792,"sizeSlug":"large"}

ଘଟିଥିଲା ।ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଏବଂ ତାର ଅନ୍ୟ ଜଣେ ସହଯୋଗୀକୁ ପୁରୀ ପୋଲିସ ଗିରଫ କରିଥିଲା ।ପରେ ତୃତୀୟ ଅଭିଯୁକ୍ତକୁ ଗତକାଲି ବ୍ରହ୍ମଗିରି ଅଞ୍ଚଳରୁ ଗିରଫ କରାଯାଇଥିଲା ।ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ ପୋଲିସ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଏବଂ ତାର ସହଯୋଗୀ ରାଜେଶ ସେଠୀକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।ମାମଲାରେ ୨୦ ଦିନ ମଧ୍ୟରେ ଚାର୍ଜସିଟ୍‌ ହେବ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ କହିଥିଲେ ।ଏବେ ସମସ୍ତ ଅଭିଯୁକ୍ତ ଗିରଫ ହୋଇଯାଇଥିବା ବେଳେ ପୋଲିସର ଚାର୍ଜସିଟ୍‌କୁ ଅପେକ୍ଷା କରାଯାଇଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.