Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

‘ପୁଅକୁ ଦେଶ ରକ୍ଷା ପାଇଁ ପଠାଇଲୁ, ହେଲେ ଆମ ଜୀବନ ରକ୍ଷା ପାଇଁ ପୋଲିସ ଅକ୍ଷମ’ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କ୍ଷୋଭଭରା ଚିଠି ଲେଖି ଆତ୍ମହତ୍ୟା ଚେତାବନୀ ଦେଲେ ଦମ୍ପତ୍ତି

24/06/2021 at 4:52 PM

ନିଶ୍ଚିନ୍ତକୋଇଲି ୨୪।୬: ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ନିଜ ଘରେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏଭଳି ଏକ କ୍ଷୋଭ ଭରା ଚିଠି ଲେଖିଛନ୍ତି । ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ବାହିନୀରେ କାର୍ଯ୍ୟରତ ଜଣେ ଯବାନଙ୍କ ବାପା-ମା’ ଏଭଳି ଚିଠି।

ସୂଚନାଯୋଗ୍ୟ ଯେ, କଟକ ନେମାଳ ଥାନା ଜମରା ପଞ୍ଚାୟତ କମଳପୁର ଗାଁର ରାଖାଲ ମହାନ୍ତି ଓ ତାଙ୍କ ପତ୍ନୀ ରଞ୍ଜିତା ମହାନ୍ତିଙ୍କୁ ଗତ ୩୦ ତାରିଖରେ ଓ ପୁନଶ୍ଚ ଜୁନ ୧ତାରିଖରେ ସେହି ଗ୍ରାମର କିଛି ବ୍ୟକ୍ତି ଘରେ ପଶି ଆକ୍ରମଣ କରିବା ଓ ଘର ଭଙ୍ଗାରୁଜ୍ଜା କରିଥିବା ନେଇ ନେମାଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ନେମାଳ ଥାନା ପୋଲିସ ୬୪/୨୧ ଓ ୬୬/୨୧ରେ ଦୁଇଟି ମାମଲା ରୁଜ୍ଜୁ କରିଛି ।

କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପୋଲିସ ଅଭିଯୁକ୍ତଙ୍କ ସହିତ କାରବାର ହେବା ଓ ଅଭିଯୁକ୍ତମାନେ ପୀଡିତାଙ୍କୁ ପୁନଶ୍ଚ ଧମକ ଚମକ ଓ ଗାଳି ଗୁଲଜ କରିବାକୁ ନେଇ ପୀଡିତା ରାଖାଲ ମହାନ୍ତି ଓ ତାଙ୍କ ପତ୍ନୀ ନିଜର ଅସହାୟତା ପ୍ରକାଶ କରି ଗତ ୨୦ତାରିଖରେ ଆସାମୀମାନଙ୍କୁ ତୁରନ୍ତ ଗିରଫ ଦାବିରେ ଏକ ଦରଖାସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି । ଯେଉଁଥିରେ ସେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ମୋ ପୁଅକୁ ଦେଶ ରକ୍ଷା ପାଇଁ ସେନା ବାହିନୀକୁ ପଠାଇଲୁ କିନ୍ତୁ ଏଠି ଆମ ଜୀବନ ରକ୍ଷା ପାଇଁ ପୋଲିସ ଅକ୍ଷମ, ମୋ ପୁଅ ମାଓବାଦୀ ହୋଇଥିଲେ ଏଭଳି ଅସୁରକ୍ଷିତ ହୋଇ ଦିନ କାଟି ନଥାନ୍ତୁ ଭଳି କ୍ଷୋଭ ଭରା ଉକ୍ତି ଲେଖିଛନ୍ତି ପୀଡିତା ।

ସେହିଭଳି ଆସନ୍ତା ୨୫ତାରିଖ ପୂର୍ବରୁ ଅଭିଯୁକ୍ତମାନେ ଗିରଫ ନହେଲେ ୨୫ତାରିଖ ଦିନ ନିଜ ଘରେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି ରାଖାଲ ମହାନ୍ତି ଓ ତାଙ୍କ ପତ୍ନୀ । ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

   Related Posts