ସମୁଦ୍ର ଯାତ୍ରାରେ ଥିଲେ ଏହି ଦମ୍ପତ୍ତି, ୨୫ଦିନ ପରେ କୂଳକୁ ଫେରି କରୋନା ସଂପର୍କରେ ଜାଣି ହୋଇଗଲେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | April 23, 2020 IST

ଲଣ୍ଡନ ୨୩।୪: ସମଗ୍ର ବିଶ୍ବ କରୋନା ଭାଇରସ୍ ସହିତ ଲଢୁଥିବା ବେଳେ ଏହି ଦମ୍ପତି ସମୁଦ୍ରରେ ଯାତ୍ରା କରୁଥିଲେ । ଯାତ୍ରା ଶେଷ କରି ଯେତେବେଳେ ଏମାନେ କୂଳରେ ଆସି ପହଞ୍ଚିଥିଲେ ସେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ସମଗ୍ର ବିଶ୍ବରେ ଭୟଙ୍କର କରୋନା ଭାଇରସ୍ ବିସ୍ତାର କରିଛି ।

{"id":258869,"sizeSlug":"large"}

ଡେଲି ମେଲ୍ ର ରିପୋର୍ଟ ଅନୁସାରେ ବ୍ରିଟେନର ମଞ୍ଚେଷ୍ଟରର ରିଆନ୍ ଓସବୋର୍ନଙ୍କୁ ତାଙ୍କ ପତ୍ନୀ ଏଲେନା ମଣିଗେଟ୍ଟୀଙ୍କ ସହ ସାରା ବିଶ୍ବ ଭ୍ରମଣ କରିବାର ଇଚ୍ଛା ଥିଲା । ଏଥିପାଇଁ ରିଆନ୍ ପ୍ରଥମେ ଟଙ୍କା ଯୋଗାଡ କରିଥିଲେ । ତାପରେ ଚାକିରି ଛାଡିଦେଇଥିଲେ । ଏହାପରେ ଏକ ଡଙ୍ଗା କିଣିଥିଲେ । ଉଦ୍ଦେଶ୍ୟ ଥିଲା ଲମ୍ବା ସମୁଦ୍ର ଯାତ୍ରା କରିବାର । ଫେବୃଆରୀ ଶେଷ ସପ୍ତାହରେ ରିଆନ୍ କାନାରି ଦ୍ବୀପରୁ ଯାତ୍ରା ଆରମ୍ଭ କରିଥିଲେ । କାନାରି ଦ୍ବୀପ ଉତ୍ତର-ପଶ୍ଚିମ ଆଫ୍ରିକା ସୀମାବର୍ତ୍ତୀ ଆଟଲାଣ୍ଟିକ୍ ମହାସାଗରରେ ଅବସ୍ଥିତ । ଏଠାରୁ ରିଆନ୍ ଏବଂ ଏଲେନା ସେମାନଙ୍କର ଯାତ୍ରା ଆରମ୍ଭ କରିଥିଲେ । ବ୍ରାଜିଲର ଉତ୍ତର ଅଞ୍ଚଳରେ ଅବସ୍ଥିତ ସେଣ୍ଟ ଭିନ୍ସେଣ୍ଟ ଦ୍ବୀପକୁ ଯିବାର ଥିଲା ।

{"id":258870,"sizeSlug":"large"}

ରିଆନ୍ ଏବଂ ଏଲେନା ଛୁଟି କଟାଇବା ସମୟରେ ସେମାନଙ୍କୁ କୌଣସି ଖରାପ ଖବର ନଶୁଣାଇବା ପାଇଁ ସେମାନେ ଘରଲୋକଙ୍କୁ କହିଥିଲେ । ତେଣୁ କରୋନା ଭାଇରସ୍ ବିଷୟରେ ସେମାନଙ୍କୁ କେହି ଜଣାଇ ନଥିଲେ । ୨୫ ଦିନ ପରେ ଯେତେବେଳେ ସେମାନେ ସେଣ୍ଟ ଭିନ୍ସେଣ୍ଟ ଦ୍ବୀପରେ ପହଞ୍ଚିଲେ, ସେତେବେଳେ ସେ ବିଶ୍ବରେ କରୋନାର ପ୍ରକୋପ ବିଷୟରେ ଜାଣି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ସେଣ୍ଟ ଭିନ୍ସେଣ୍ଟ ଦ୍ବୀପରେ ପହଞ୍ଚିବା ପରେ ଉଭୟ କରୋନା ବିଷୟରେ ଜାଣିଥିଲେ । ଯେଉଁଠାରେ କାରିବିଆନ୍ ଦ୍ବୀପର ସୀମା ସିଲ୍ କରାଯାଇଥିଲା । କ୍ରୁଜ୍ ଜାହାଜର ହଜାର ହଜାର ଯାତ୍ରୀଙ୍କୁ ସମୁଦ୍ରରେ ଛାଡି ଦିଆଯାଇଛି ଯାହାଦ୍ବାରା ଯଦି ସେମାନେ ସଂକ୍ରମିତ ହୋଇଥାନ୍ତି ତେବେ ଏହି ସଂକ୍ରମଣ ପୃଥିବୀ ପୃଷ୍ଠରେ ବିସ୍ତାର ହେବନାହିଁ ।

{"id":258872,"sizeSlug":"large"}

ରିଆନ୍ ଏବଂ ଏଲେନା ବ୍ଲଗ୍ ସେଲିଂ କିଟିୱେକ୍ ରେ କହିଛନ୍ତି ଯେ, ଫେବୃଆରୀରେ ଆମେ ଶୁଣିଥିଲୁ ଯେ ଚୀନରେ ଏକ ଭାଇରସ୍ ବିସ୍ତାର କରିଛି, କିନ୍ତୁ ୨୫ ଦିନ ପରେ ଆମେ କାରିବିଆନ୍ ଦ୍ବୀପରୁ ସମ୍ପୂର୍ଣ୍ଣ ସୂଚନା ପାଇଲୁ । ଆମେ ଜାଣିବାକୁ ପାଇଲୁ ଯେ କରୋନା ଭାଇରସ୍ ର ପ୍ରଭାବ ସାରା ବିଶ୍ବରେ ପଡିଛି । ରିଆନ୍ କହିଛନ୍ତି ଯେ ଯେତେବେଳେ ଆମେ କୂଳରେ ପହଞ୍ଚିଲୁ, ସେତେବେଳେ ଜଣାପଡିଥିଲା ​​ଯେ ଏପର୍ଯ୍ୟନ୍ତ ଭାଇରସ୍ ବିଲୋପ ହୋଇନାହିଁ । କାରିବିଆନ୍ ଦ୍ବୀପରେ ପହଞ୍ଚିବାରେ ବିଫଳ ହେବାପରେ ଉଭୟ ଡଙ୍ଗାକୁ ଗ୍ରେନାଡା ଆଡକୁ ନେଇଯାଇଥିଲେ । ଉଭୟଙ୍କୁ ସେଣ୍ଟ ଭିନ୍ସେଣ୍ଟ ଯିବାକୁ ଅନୁମତି ଦିଆଯାଇନଥିଲା । ଯେତେବେଳେ ରିଆନ୍ କହିଥିଲେ ଯେ,ଆମେ ୨୫ଦିନରୁ ସମୁଦ୍ରରେ ରହିଥିଲୁ ଏବଂ ସେ ତାଙ୍କର ଜିପିଏସ୍ ହିଷ୍ଟ୍ରି ଦେଖାଇଥିଲେ ତାପରେ ସେମାନଙ୍କୁ ସେଣ୍ଟ ଭିନ୍ସେଣ୍ଟକୁ ଆସିବାକୁ ଅନୁମତି ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.