Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଘରେ ପଶି ମାଡ ମାରିଲେ ଦୁର୍ବୃତ୍ତ, ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ : ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ଦମ୍ପତ୍ତି

3/10/2020 at 2:01 PM

ଚଣ୍ଡିଖୋଲ ୩।୧୦: ଘରେ ପଶି ଆସବାବ ପତ୍ର ଭଙ୍ଗାରୁଜା କରିବା ସହିତ ଦମ୍ପତ୍ତିଙ୍କୁ ମାରିଦେବାକୁ ଧମକ ଦେଲେ ଦୁର୍ବୃତ୍ତ । ସ୍ଥାନୀୟ ପୋଲିସକୁ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ଧର୍ମଶାଳା ପୋଲିସ । ଫଳରେ ନ୍ୟାୟ ପାଇବା ପାଇଁ ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଆରୁହା ପଞ୍ଚାୟତ ନାନପୁର ଗ୍ରାମର ଦିଲ୍ଲୀପ କର ଓ ତାଙ୍କ ପତ୍ନୀ ।

ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ ଦିଲ୍ଲୀପଙ୍କ ଘରେ ପଶି ନିରଞ୍ଜନ ରାଉତ, ଦିଲ୍ଲୀପ ବଳ, ତ୍ରିନାଥ ଜେନାଙ୍କ ସମେତ ଆଉ ୭ ଜଣ ମରଣାନ୍ତକ ଆକ୍ରମଣ କରି ତାଙ୍କ ପତ୍ନୀ, ପୁଅ ଓ ଝିଅଙ୍କୁ ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ଦିଲ୍ଲୀପ କର ଧର୍ମଶାଳା ଥାନାରେ ଏତଲା ଦେଇଥିଲେ । ପୋଲିସ ପକ୍ଷରୁ କେସ୍ ନଂ ୩୯୯/୨୦୨୦ ମାମଲା ରୁଜୁ କରାଯାଇଛି । ହେଲେ ଘଟଣାର ୬ ଦିନ ବିତି ଯାଇଥିଲେ ହେଁ ଦୁର୍ବୃତ୍ତମାନଙ୍କୁ ଏପର୍ଯ୍ୟନ୍ତ ଧରିପାରିନି ପୋଲିସ । ତେଣୁ ତାଙ୍କ ପରିବାର ପ୍ରତି ବିପଦ ଥିବା ଅଭିଯୋଗ ଆଣିଛନ୍ତି ଦିଲ୍ଲୀପ । ଭୟରେ ପରିବାର ଲୋକ ବାହାରକୁ ବାହାରି ପାରୁନାହାନ୍ତି । ଏଭଳି ସ୍ଥଳେ ସୁରକ୍ଷା ଦୃଷ୍ଟିରୁ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରିଯିବା ସହିତ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଅଭିଯୋଗକାରୀ ଏସପିଙ୍କୁ ଅନୁରୋଧ କରିଛନ୍ତି ।

   Related Posts