ଚଳନ୍ତା ଟ୍ରେନରେ ଝୁଲି ପ୍ରେମୀ ଯୁଗଳ କରିଲେ କିସ୍‌, ଫଟୋ ହେଲା ଭାଇରାଲ

Published By : Prameya-News7 Bureau | May 15, 2019 IST

wp:heading {"level":5}
ନୂଆ ଦିଲ୍ଲୀ୧୪|୫: ଏବେ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାର ଲାଗିଛି । ଏହି ଫଟୋରେ ଚଳନ୍ତା ଟ୍ରେନରେ ପ୍ରେମୀ ଯୁଗଳ ଓହଳି ପରସ୍ପରଙ୍କୁ କିସ୍‌ କରିବାର ଦେଖାଯାଇଛି। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଏବେ ଏହି ଯୋଡିର ଖୁବ୍‌ ଚର୍ଚ୍ଚା ଚାଲିଛି। ଉଭୟଙ୍କ ସମ୍ପର୍କକୁ ନେଇ ଚାରିଆଡେ ଆଲୋଚନା ମଧ୍ୟ ହେଉଛି ।
/wp:heading wp:heading {"level":5}
ଏପ୍ରିଲ ମାସରେ ଏହି କପଲ ଛୁଟି କଟାଇବା ପାଇଁ ଶ୍ରୀଲଙ୍କା ଯାଇଥିଲେ । ତେବେ ସେଠାର ସେମାନେ ଏକ  ଲୋକପ୍ରିୟ ଚା ବଗିଚା ଦେଇ ଟ୍ରେନରେ ଯାତ୍ରା କରୁଥିଲେ । ଯାତ୍ରା କରୁଥିବା ସମୟରେ ସେମାନେ ଟ୍ରେନ୍‌ରୁ ଓହଳି ପରସ୍ପରକୁ କିସ୍‌ କରିଥିଲେ। ଟ୍ରେନ ଏକ ବ୍ରିଜ୍‌ ଦେଇ ଯିବା ସମୟରେ ସେମାନେ ଏଭଳି ନିଆରା ଢଙ୍ଗରେ ଫଟୋଶୁଟ୍‌ କରିଥିଲେ। ଫଟୋ ଉଠାଇବା ବେଳେ ସେହି ସ୍ଥାନରେ ଏକ ବଡ ଖାଇ ଥିଲା। କିନ୍ତୁ ସେମାନେ ଏଭଳି ଦୁଃସାହାସିକ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଇନଥିଲେ ।
/wp:heading wp:heading {"level":5}
ଏହି କପଲ ନିଆରା ଉପାୟରେ ଫଟୋ ଉଠାଇବା ପାଇଁ ବହୁତ ଫେମସ । ଉଭୟଙ୍କ ମଧ୍ୟରେ ଫଟୋଶୁଟ କରିବା ପାଇଁ ନାହିଁ ନଥିବା ଉତ୍ସାହ ସବୁବେଳେ ଦେଖିବାକୁ ମିଳେ। ବିଶ୍ବର ବିଭିନ୍ନ ଦେଶରେ ସେମାନେ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ଫଟୋଶୁଟ କରନ୍ତି। ଏହା ପୂର୍ବରୁ ଭାରତରେ ମଧ୍ୟ ଏହି ପ୍ରେମୀ ଯୁଗଳ ଫଟୋଶୁଟ କରିସାରିଛନ୍ତି। କିଛି ଦିନ ତଳେ ଜୟପୁରରେ ଏକ ପାହାଡ ଉପରେ ଚଢି ସେମାନେ ଫଟୋ ଉଠାଇଥିଲେ। ସେହି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିଲା  ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.