ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର

Published By : Prameya-News7 Bureau | April 04, 2019 IST

କଳାହାଣ୍ଡି  ୪/୩: ଗତକାଲି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବତାଷିଗୁଡାର ଏକ ଆମ୍ବ ବଗିଚା ରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା  । ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରୁଛି ।

ମୃତକ ଝିଅ ମାଧବୀ ପୁଝାରୀ(୨୦) ବୋଲି ଜଣାପଡିଥିବା ବେଳେ ତାଙ୍କ ଗାଁ ବତାସୀଗୁଡା ନିକଟର ମାତାଗଡ଼ର କିନ୍ତୁ ଯୁବକ ଜଣକ କୋକସର ବ୍ଲକ ବରଦଙ୍ଗା ଗ୍ରାମ ର ଶଙ୍କର ମାଝୀଙ୍କ ପୁଅ ମୁକୁନ୍ଦ ମାଝି ବୋଲି ଜଣାପଡ଼ିଛି ।ଜୟପାଟଣା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.