ନ୍ୟାୟ ମାଗୁଛି ୮ବର୍ଷର ଝିଅ !

Published By : Prameya-News7 Bureau | June 26, 2018 IST

ନ୍ୟାୟ ମାଗୁଛି ୮ବର୍ଷର ଝିଅ । ଯାହା ପାଇଁ ତାର ବାପା ମାଆ ଜୀବନ ହାରିଦେଲେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଚାହୁଁଛି । ଏତକ କହିବା ପାଇଁ ସେ ବି ଆଜି ନଥାନ୍ତା । ବାପା-ମାଆଙ୍କ ସହ ସେ ବି ଆତ୍ମହତ୍ୟା କରିଥାନ୍ତା । ତେବେ ଭାଗ୍ୟ ଟାଣ, ବେକରୁ ଦଉଡି ଖସିଗଲା । ଏବେ ସେହି କୁନି ଝିଅ ଆଖିରେ ପ୍ରଶ୍ନ, କିଏ ତାକୁ ନ୍ୟାୟ ଦେବ । ଖୋର୍ଦ୍ଧାରେ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ଅନେକ ପ୍ରଶ୍ନ ଛାଡ଼ିଯାଇଛି । କଟକ ବାଙ୍କୀ ପଥୁରିପଡା ଗାଁର ସୌମ୍ୟକାନ୍ତ ପଟ୍ଟନାୟକ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ତିରୁବାଲା କେମିକାଲ କମ୍ପାନୀରେ ହିସାବ ନିରୀକ୍ଷକ ଭାବେ କାମ କରୁଥିଲେ । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ହଇରାଣ କରିବା ସହ ଚାକିରୀରୁ ବହିଷ୍କାର କରିଦେଇଥିଲେ। ଏନେଇ ସୌମ୍ୟକାନ୍ତ ଭୁବନେଶ୍ବର ଶ୍ରମ ଅଦାଲତର ଦ୍ବାରସ୍ଥ ହୋଇଥିଲେ। ସୌମ୍ୟକାନ୍ତଙ୍କୁ ପୁନଃ ନିଯୁକ୍ତି ସହ ୨ ଲକ୍ଷ ୫୦ ହଜାର ଟଙ୍କା ବକେୟା ପ୍ରାପ୍ୟ ଦେବାକୁ କୋର୍ଟ କଂପାନୀକୁ ଆଦେଶ ଦେଇଥିଲେ । ବାଧ୍ୟ ହୋଇ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ପୁନଃ ନିଯୁକ୍ତି ଦେବା ସହ ତାଙ୍କ ବକେୟା ଅର୍ଥ ପଇଠ କରିଥିଲେ । ମାତ୍ର କମ୍ପାନୀର ଆକ୍ରୋଶ ବଢି ଯାଇଥିଲା । ଆଉ ଶେଷରେ ଘଟିଥିଲା ଚରମ ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.