ଆସିଥିଲେ ଖାଇବାକୁ...ଲୁଚାଇ ନେଇଗଲେ ୪୫ଟି ମଦ ବୋତଲ, ଗୋଟିଏ ବୋତଲର ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

Published By : Prameya-News7 Bureau | November 02, 2021 IST

ନୂଆଦିଲ୍ଲୀ ୦୨/୧୧: ସ୍ପେନର ଏକ ହୋଟେଲରେ ରହିଥିବା ଦମ୍ପତ୍ତି ସେଠାରୁ କିଛି ମଦ ବୋତଲ ଚୋରି କରିନେଇଛନ୍ତି। ଏହି ବୋତଲଗୁଡିକ କିପରି ଚୋରି ହେଲା ତାହା ଜାଣିବା ପାଇଁ ଏକ ତଦନ୍ତ ବ୍ୟବସ୍ଥା କରାଯାଇଛି। ଏହି ଚୋରିର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଚୋରି ହୋଇଥିବା ଗୋଟିଏ ମଦ ବୋତଲର ମୂଲ୍ୟ ପ୍ରାୟ ତିନି କୋଟି ଟଙ୍କା। ଏହି ବୋତଲଗୁଡିକ ମଧ୍ୟ ବହୁତ ପୁରୁଣା ଏବଂ ଏହାକୁ ସଜାଯାଇଥିଲା ବୋଲି କୁହାଯାଉଛି।

ସୂଚନାନୁସାରେ, ଏହି ଘଟଣା ସ୍ପେନର ଏକ ହୋଟେଲରୁ ଆସିଛି। ଆଟ୍ରିଓ ନାମକ ଏକ ପ୍ରସିଦ୍ଧ ହୋଟେଲରେ ଏହି ଚୋରି ହୋଇଛି। ଏହି ହୋଟେଲ ଏହାର ମୂଲ୍ୟବାନ ମଦ ସଂଗ୍ରହ ପାଇଁ ପ୍ରସିଦ୍ଧ। ଏହି ହୋଟେଲରେ ଏକ ଦମ୍ପତ୍ତି ଖାଇବାକୁ ଆସିଥିଲେ। ଯେତେବେଳେ ହୋଟେଲ କର୍ମଚାରୀ ମହିଳାଙ୍କୁ ଖାଦ୍ୟ ଦେଉଥିଲେ, ସ୍ୱାମୀ ଧୀରେ ଧୀରେ ସେଠାରୁ ଚାଲି ଯାଇଥିଲେ।

କର୍ମଚାରୀମାନେ ବୁଝିପାରିଲେ ନାହିଁ ଯେ ସ୍ୱାମୀ ସେଠାରୁ ଉଠି କୁଆଡେ ଗଲେ। ଏହା ପରେ ସ୍ୱାମୀ ସେହି ସ୍ଥାନରେ ପହଞ୍ଚିଗଲେ ଯେଉଁଠାରେ ମଦ ବୋତଲ ରଖାଯାଇଥିଲା। ସେଠାରୁ ସେ ମୂଲ୍ୟବାନ ବୋତଲ ଚୋରି କରିନେଇଥିଲେ। ଏହି ସମୟରେ ହୋଟେଲ କର୍ମଚାରୀମାନେ ଅନ୍ୟ ଅତିଥିମାନଙ୍କ ସହିତ ଉପସ୍ଥିତ ଥିଲେ। ସୁରକ୍ଷା କ୍ୟାମେରା ଉପରେ ମଧ୍ୟ କାହାର ଦୃଷ୍ଟି ନଥିଲା। ଏହା ପରେ ଦୁହେଁ ହୋଟେଲରୁ ଚାଲିଯାଇଥିଲେ।

କିଛି ସମୟ ପରେ ଯେତେବେଳେ ବୋତଲ ସେଠାରେ ଦେଖାଗଲା ନାହିଁ, ଚୋରି ଘଟଣା ସାମ୍ନାକୁ ଆସିଥିଲା। ତଦନ୍ତ ହେବାରୁ ସିସିଟିଭି କ୍ୟାମେରା ମାଧ୍ୟମରେ ଏହା ଜଣାପଡିଥିଲା। ଯେତେବେଳେ କୁହାଯାଇଥିଲା ଯେ ସେଠାରୁ ପ୍ରାୟ ୪୫ ବୋତଲ ମଦ ଚୋରି ହୋଇଛି, ସେତେବେଳେ ହୋଟେଲ ମ୍ୟାନେଜରଙ୍କ ହୋସ୍ ଉଡ଼ିଯାଇଥିଲା। କୁହାଯାଉଛି ଯେ ଏହି ବୋତଲଗୁଡିକ ମଧ୍ୟରୁ କିଛି ଉନବିଂଶ ଶତାବ୍ଦୀର ଥିଲା। ଏହି ମଦ ମଧ୍ୟରୁ ଗୋଟିଏର ମୂଲ୍ୟ ୩ କୋଟିରୁ ଅଧିକ ଥିଲା। ଏହି ସମସ୍ତ ବୋତଲଗୁଡିକ ଏହି ହୋଟେଲର ଏକ ସ୍ୱତନ୍ତ୍ର ସଂଗ୍ରହ ଥିଲା ଏବଂ ସେଗୁଡିକ ଅତି ସୁନ୍ଦର ଭାବରେ ସଜାଯାଇଥିଲା। ବର୍ତ୍ତମାନ ପୋଲିସ ସେହି ଦମ୍ପତ୍ତିଙ୍କୁ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.