Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଦୁର୍ଲଭ ରୋଗରେ ପୀଡିତ ଶିଶୁକୁ ବଞ୍ଚାଇବାକୁ ଆଗେଇ ଆସିଲେ ଲୋକେ: ଆମେରିକାରୁ ଆସିଲା ୧୬ କୋଟି ଟଙ୍କାର ଇଞ୍ଜେକ୍ସନ

7/05/2021 at 4:43 PM

ଅହମଦାବାଦ ୦୭/୦୫ : କରୋନା କାଳରେ ସବୁଆଡେ ଲୋକେ ଚିନ୍ତାରେ ଅଛନ୍ତି। ଲୋକଙ୍କ ଜୀବନ ବଞ୍ଚାଇବାକୁ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସାହାଯ୍ୟର ହାତ ବଢାଉଛନ୍ତି। ଗୁଜରାଟର ଜଣେ ବ୍ୟକ୍ତିଙ୍କର ୫ ମାସର ଶିଶୁକୁ ବଞ୍ଚାଇବାକୁ ୪୨ ଦିନରେ ୧୬ କୋଟି ଟଙ୍କା ଜମା କରାଯାଇଛି। ଲୋକଙ୍କ ସହାୟତାରେ ଶିଶୁକୁ ନୂଆ ଜୀବନ ମିଳିଛି। ଶିଶୁଟି ସ୍ପାଇନାଲ ମସ୍କୁଲାର ଏଟ୍ରୋଫି ଭଳି ଦୁର୍ଲଭ ରୋଗରେ ପୀଡିତ। ହିନ୍ଦୁଜା ହସ୍ପିଟାଲରେ ଶିଶୁର ଚିକିତ୍ସା ଚାଲିଛି। 

ସ୍ପାଇନାଲ ମସ୍କୁଲାର ଏଟ୍ରୋଫି ଭଳି ଦୁର୍ଲଭ ରୋଗରେ ପୀଡିତ ସାଢେ ୫ ମାସର ଶିଶୁ ଧୈର୍ଯ୍ୟରାଜର ଚିକିତ୍ସା ପାଇଁ ୧୬ କୋଟିର ଇଞ୍ଜେକ୍ସନ ଆବଶ୍ୟକ ଥିଲା। କିନ୍ତୁ ପରିବାର ଏତେ ଟଙ୍କାର ଇଞ୍ଜେକ୍ସନ କିଣିବାକୁ ସକ୍ଷମ ନଥିଲା। ପିତା ରାଜଦୀପ ସିଂହ ରାଥୋଡ ସୋସିଆଲ ମିଡ଼ିଆରେ ଜନତାଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଥିଲେ। ସେ ଏନଜିଓର ସାହାଯ୍ୟ ମଧ୍ୟ ନେଇଥିଲେ। ଶେଷରେ ଧୈର୍ଯ୍ୟରାଜଙ୍କ ଚିକିତ୍ସା ପାଇଁ ୧୬ କୋଟି ଯୋଗାଡ ହୋଇଥିଲା।

ଚିକିତ୍ସା ପାଇଁ ଇଞ୍ଜେକ୍ସନ ଆମେରିକାରୁ ଆସିଛି । ଇଞ୍ଜେକ୍ସନର ନାଁ ହେଲା Zolgensma । ରାଜଦୀପ କହିଛନ୍ତି ଇଞ୍ଜେକ୍ସନରେ ପାଖାପାଖି ୬ କୋଟି ଟଙ୍କା ଆମଦାନୀ ଶୁଳ୍କ ଲାଗିଥିଲା ଯାହାକୁ କେନ୍ଦ୍ର ସରକାର ଛାଡ଼ କରିଦେଇଛନ୍ତି।

ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଧୈର୍ଯ୍ୟରାଜର ଚିକିତ୍ସା କରୁଥିବା ଡ.ନିଲୁ ଦେଶାଇ କହିଛନ୍ତି ଯେ ଏହିଭଳି ରୋଗ ୮ ରୁ ୧୦ ହଜାର ଶିଶୁଙ୍କ ମଧ୍ୟରେ ଜଣକୁ ହୋଇଥାଏ। ଠିକ୍ ସମୟରେ ତାର ଚିକିତ୍ସା ନ ହେଲେ ଶିଶୁର ଜୀବନ ପ୍ରତି ବିପଦ ରହିଥାଏ। ଚିକିତ୍ସା ପାଇଁ ଦରକାର ହେଉଥିବା ଇଞ୍ଜେକ୍ସନ ବହୁତ ମହଙ୍ଗା। କିନ୍ତୁ ରାଜଦୀପଙ୍କ ପ୍ରୟାସରେ ମେ’ ୫ ତାରିଖରେ ଇଞ୍ଜେକ୍ସନ ଆସିଛି ଓ ଶିଶୁର ଚିକିତ୍ସା ଚାଲିଛି ବୋଲି ଡାକ୍ତର କହିଛନ୍ତି। ଶିଶୁକୁ ଇଞ୍ଜେକ୍ସନ ଦିଆଯାଇଛି ଏବଂ ବର୍ତ୍ତମାନ ତାର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ସ୍ଥିର ରହିଛି।

   Related Posts