Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଶସ୍ତା ଭାବି ଅର୍ଡର କରିଥିଲେ ନିଜ ପସନ୍ଦର ଖାଦ୍ୟ, ୪୫ ହଜାର ଟଙ୍କାର ବିଲ୍‌ ଦେଖି ଉଡିଗଲା ହୋସ୍..

8/12/2021 at 11:25 AM

ନୂଆଦିଲ୍ଳୀ ୦୮।୧୨ : ସାଧାରତଃ ସମସ୍ତେ ହୋଟେଲ୍‌ କିମ୍ବା ରେଷ୍ଟୁରାଣ୍ଟ ଯିବାକୁ ପସନ୍ଦ କରନ୍ତି । କାହିଁକି ନା ସେଠାରେ ଭିନ୍ନ ଭିନ୍ନ ପ୍ରକାରର ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ ମିଳିଥାଏ। ଏଥିପାଇଁ କପଲ୍‌ ମାନେ ଡିନର ଡେଟ୍ ପ୍ରାୟ ପହଞ୍ଚି ସେଠାକୁ ଯାଆନ୍ତି । କିନ୍ତୁ ଆମେରିକାର ନ୍ୟୁ ଜର୍ସିରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଡିନର ଡେଟ୍‌ରେ ଯାଇଥିବା ଦମ୍ପତିଙ୍କ ଭୁଲ ବୁଝାମଣା ମହଙ୍ଗା ପଡିଲା । ସେ ଭାବିଲେ ଯେ ତାଙ୍କର ପ୍ରିୟ ଜାପାନୀ ଖାଦ୍ୟ ‘କୋବେ’ର ମୂଲ୍ୟ ମାତ୍ର ୨୫୦୦ ଟଙ୍କା । ଏଥିପାଇଁ ସେ ‘କୋବେ’ର ଗୋଟିଏ ପ୍ଲେଟ୍ ମଧ୍ୟ ଅର୍ଡର କରିଥିଲେ କିନ୍ତୁ ଯେତେବେଳେ ବିଲ୍ ସାମ୍ନାକୁ ଆସିଲା, ଠିକ୍ ସେତେବେଳେ ତାଙ୍କର ହୋସ୍‌ ଉଡି ଯାଇଥିଲା ।

ଏହି ମାମଲାର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଜେଫ୍ରି ପାଏଜ ବ୍ରିଟେନର ପ୍ରସିଦ୍ଧ ରୋଷେୟା ଗର୍ଡନ୍ ରାମସେଙ୍କ ରେଷ୍ଟୁରାଣ୍ଟରେ ତାଙ୍କ ପାର୍ଟନରଙ୍କ ସହ ଡିନର ଡେଟ୍‌ରେ ଯାଇଥିଲେ । ହେଲେ ଜେଫ୍ରି କେବଳ ବିଫ୍‌ ମାଂସ ଖାଇବାକୁ ଚାହୁଁଥିଲେ । ଯାହା ଅତ୍ୟନ୍ତ ଶସ୍ତା ଥିଲା, ଯେଉଁଥିରେ ତାଙ୍କ ନଜର ମେନ୍ୟୁ ଉପରେ ପଡିଥିଲା । A5 ଉପରେ ଲେଖାଯାଇଥିବା ଏହି କ୍ବାଲିଟିର ମାଂସ ବହୁତ ଭଲ ଅଟେ । ଯାହା ବହୁତ ମହଙ୍ଗା ମଧ୍ୟ ଅଟେ । ରାମସେ ରେଷ୍ଟୁରାଣ୍ଟରେ ଏହାର ମୂଲ୍ୟ ୪୨୦ ଡଲାର ଥିଲା, ଯାହା ତାଙ୍କୁ ଜଣା ନଥିଲା । ସେମାନେ ଭୁଲ୍ ପଢିବା ଯୋଗୁଁ ତାଙ୍କୁ ଅତିରିକ୍ତ ୩୧,୬୬୪ ଟଙ୍କା ଦେବାକୁ ପଡିଥିଲା । ଯାହାକି ଜେଫ୍ରି ଭାବିଥିଲେ ଯେ ୪ ଖଣ୍ଡ ମାଂସର ମୂଲ୍ୟ ପ୍ରାୟ ୨୫୦୦ ଟଙ୍କା ହେବ । ହେଲେ ୮ ଖଣ୍ଡର ମୂଲ୍ୟ ପ୍ରାୟ ୫୮୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥିଲା । ଏହାକୁ ନେଇ ଜେଫ୍ରି କହିଥିଲେ ଯେ ସେ ପୂର୍ବରୁ ‘କୋବେ’ ଖାଇ ନଥିଲେ।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଯେତେବେଳେ ଏହି ଦମ୍ପତିଙ୍କୁ ଖାଇବା ପରେ ବିଲ୍ ଦିଆଯାଇଥିଲା, ସେତେବେଳେ ଉଭୟଙ୍କ ହୋସ ଉଡି ଯାଇଥିଲା ଏବଂ ଆଖିରୁ ଲୁହ ଆସି ଯାଇଥିଲା। ସେ ଆଦୌ ଭାବି ନଥିଲେ ଯେ କେବଳ ଗୋଟିଏ ଭୁଲ ବୁଝାମଣା ହେତୁ ତାଙ୍କୁ ପ୍ରାୟ ୫୭୬ ଡଲାର ଅର୍ଥାତ୍ ପ୍ରାୟ ୪୫ହଜାର ଟଙ୍କାର ବିଲ ଭରିବାକୁ ପଡିଥିବ। ଏହା ସତ୍ତ୍ବେ ମଧ୍ୟ ଉଭୟଙ୍କୁ ଏ ବିଷୟରେ କୌଣସି ଦୁଃଖ ନଥିଲା । କାହିଁକି ନା ଜେଫ୍ରି କହିଛନ୍ତି ଯେ ଖାଦ୍ୟଟି ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଓ ସ୍ବାଦିଷ୍ଟ ଥିଲା। ମୁଁ ଖାଦ୍ୟକୁ ଖାଇବାରେ ପୁରା ଉପଭୋଗ କରିଲି । ତେଣୁ ଏଥିରେ ମୋର କୌଣସି ଦୁଃଖ ନାହିଁ । ହେଲେ ଲୋକମାନେ ଜେଫ୍ରିଙ୍କ ଏହି ମହଙ୍ଗା ଡିନର ଡେଟ୍‌କୁ ବହୁତ ଥଟ୍ଟା କରିଥିଲେ ।

   Related Posts