Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

Online ସପ୍‌ରୁ କିଣିଥିଲେ ବିଲେଇ, ବାକ୍ସରୁ ବାହାରିଲା ବାଘ

12/10/2020 at 2:58 PM

ନର୍ମାଣ୍ଡି: କରୋନା କାଳରେ ଅନଲାଇନ୍‌ କାରବାର ଢେର ବଢିଛି। ଲୋକେ ଖାଦ୍ୟପଦାର୍ଥଠାରୁ ଆରମ୍ଭ କରି ଘର ସଉଦା,ପନିପରିବା, ପୋଷାକ, ଚପଲ ଏପରିକି ଗୃହପାଳିତ ପଶୁପକ୍ଷୀ ମଧ୍ୟ ଏବେ ଅନଲାଇନରେ ଘରକୁ ମଗାଇଲେଣି। ଏହି କ୍ରମରେ ଜନୈକ ବ୍ୟକ୍ତି ଅନଲାଇନ୍‌ ଷ୍ଟୋରରୁ ଏକ ବିଲେଇ ପସନ୍ଦ କରିବା ସହ ଏହାର ଦେୟ ମଧ୍ୟ ପୈଠ କରିଦେଇଥିଲେ। ଅନଲାଇନ ଷ୍ଟୋର ବାକ୍ସରେ ଯାହାକୁ ଘରକୁ ପଠେଇଲେ ତାକୁ ଦେଖି ପରିବାର ଲୋକଙ୍କ ରୋମ ଟାଙ୍କୁରିଉଠିଥିଲା। ତେବେ ଅନଲାଇନ ଷ୍ଟୋର ବିଲେଇ ବଦଳେ ଗ୍ରାହକଙ୍କ ଘରକୁ ଏକ ବାଘ ପଠେଇ ଦେଇଥିଲେ।

ଏପରି ଘଟଣା ଫ୍ରାନ୍ସ ନର୍ମାଣ୍ଡିରେ ଘଟିଛି। ଏକ ଦମ୍ପତ୍ତି ଖବର କାଗଜରେ ବିଲେଇ ବିକ୍ରି ବିଜ୍ଞାପନ ଦେଖି କିଣିବାକୁ  ଚିନ୍ତା କରିଥିଲେ। ସେହି ଅନୁସାରେ ଅନଲାଇନରେ ଖୋଜାଖୋଜି କରିବା ବେଳେ ସେମାନେ ଏକ ସଭାନା ବ୍ରିଡ ବିଲେଇକୁ ପସନ୍ଦ କରିଥିଲେ। ଫରାସୀ ମୁଦ୍ରାରେ ଏହି ବିଲେଇର ମୂଲ୍ୟ ୬ ହଜାର ୟୁରୋ ଅର୍ଥାତ ଭାରତୀୟ ମୁଦ୍ରାରେ ୫ଲକ୍ଷ ଟଙ୍କା ଥିଲା। ସେମାନେ ବିଲେଇ କିଣିବା ଲାଗି ଅନଲାଇନ୍ ଡିଟେଲସ୍ ପୂରଣ କରିବା ସହ ପୈଠ ମଧ୍ୟ କରିଦେଇଥିଲେ।

ଦମ୍ପତ୍ତିଙ୍କ ଅର୍ଡରର ଦିନକ ପରେ ଡେଲିଭରି ବୟ ସେମାନଙ୍କ ଘରକୁ ଏକ ବାକ୍ସ ଧରି ପହଞ୍ଚିଥିଲା। ବିଲେଇକୁ ବାହାର କରିବା ଲାଗି ଦମ୍ପତ୍ତି ବାକ୍ସ ଖୋଲିବା ବେଳକୁ ଯାହା ଦେଖିଲେ ସେଥିରେ ସେମାନଙ୍କ ରୋମ ଟାଙ୍କୁରି ଉଠିଥିଲା। ବାକ୍ସ ଭିତରେ ବିଲେ ବଦଳେ ଯାହା ଥିଲା ତାହା ବାସ୍ତବରେ ଏକ ବାଘ ଶାବକ ଥିଲା। ଅନଲାଇନ ସପିଙ୍ଗ କମ୍ପାନୀ ସେମାନଙ୍କ ଘରକୁ ଏକ ୩ ମାସର ବାଗ ଶାବକ ପଠାଇ ଦେଇଥିଲେ।

   Related Posts